ନୂଆଦିଲ୍ଲୀରେ ଆୟୋଜିତ କେନ୍ଦ୍ରୀୟ ଜଳ ଶକ୍ତି ସମ୍ମିଳନୀରେ ଯୋଗ ଦେଇ ଓଡ଼ିଶାର ଜଳ ଭିତ୍ତିଭୂମି ଓ ଜଳସେଚନ କ୍ଷେତ୍ରରେ ହୋଇଥିବା ଅଭୂତପୂର୍ବ ସଫଳତା ଉପସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ। ରାଜ୍ୟରେ କୃଷି ଓ କୃଷକଙ୍କ ବିକାଶ ପାଇଁ ଜଳସେଚନ ବ୍ୟବସ୍ଥାକୁ ସୁଦୃଢ଼ କରାଯାଉଥିବା ନେଇ ସେ ସୂଚନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଓଡ଼ିଶା ସରକାର ଜଳ ସୁରକ୍ଷା ଏବଂ ଜଳସେଚନର ବିକାଶକୁ ସର୍ବୋଚ୍ଚ ପ୍ରାଥମିକତା ଦେଇଛନ୍ତି। ବିଗତ ଦୁଇ ବର୍ଷ ମଧ୍ୟରେ ରାଜ୍ୟରେ ୫୪,୦୦୦ କୋଟି ଟଙ୍କାର ଜଳ ସମ୍ପଦ ଭିତ୍ତିଭୂମି ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି। ଏହାସହ ୩.୨ ଲକ୍ଷ ହେକ୍ଟର ଚାଷଜମିକୁ ଜଳସେଚନ ସୁବିଧା ଯୋଗାଇ ଦିଆଯାଇଛି। ସେହିପରି ରାଜ୍ୟରେ ୭୭୦ଟି ନୂଆ ଚେକ୍ ଡ୍ୟାମ୍ ଏବଂ ୯ଟି ‘ଇନ୍-ଷ୍ଟ୍ରିମ୍ ଷ୍ଟୋରେଜ୍ ଷ୍ଟ୍ରକ୍ଚର’ (ISS) ନିର୍ମାଣ ଶେଷ ହୋଇଛି। ଏଥିସହିତ ୧,୩୧୨ଟି ପୁରୁଣା ଚେକ୍ ଡ୍ୟାମର ପୁନରୁଦ୍ଧାର କରାଯାଇଛି। ଆଗାମୀ ବର୍ଷକ ମଧ୍ୟରେ ଆଉ ୧୪ଟି ISS ପ୍ରକଳ୍ପର କାମ ଆରମ୍ଭ କରାଯିବ। ଏଥି ସହିତ ଆଗାମୀ ବର୍ଷ ମଧ୍ୟରେ ଆଉ ୧୪ଟି ISS ପ୍ରକଳ୍ପ ଏବଂ ୬ଟି ମଧ୍ୟମ ଜଳସେଚନ ପ୍ରକଳ୍ପ ଆରମ୍ଭ କରାଯିବ। ଏହାଛଡ଼ା ୫ଟି ନୂଆ ବୃହତ୍ ଓ ମଧ୍ୟମ ଜଳସେଚନ ପ୍ରକଳ୍ପ, ୫୮ଟି ମେଗା ଲିଫ୍ଟ ଜଳସେଚନ ପ୍ରକଳ୍ପ ଏବଂ ୫ଟି ନୂଆ କ୍ଷୁଦ୍ର ଜଳସେଚନ ପ୍ରକଳ୍ପର କାର୍ଯ୍ୟ ଦ୍ରୁତ ଗତିରେ ଚାଲିଛି। ମୁଖ୍ୟମନ୍ତ୍ରୀ ଆଉ ମଧ୍ୟ କହିଛନ୍ତି ଗ୍ରାମାଞ୍ଚଳରେ କୃଷିକୁ ସହାୟତା ପାଇଁ ୩,୨୨୪ଟି କମ୍ୟୁନିଟି ଲିଫ୍ଟ ଜଳସେଚନ ପ୍ରକଳ୍ପ, ୨୦,୨୨୮ଟି ଗଭୀର ନଳକୂପ ଏବଂ ୮,୯୧୭ଟି ସୌରଚାଳିତ ଗଭୀର ନଳକୂପ ସ୍ଥାପନ କରାଯାଇଛି। ଭୂତଳ ଜଳ ସ୍ତର ବୃଦ୍ଧି ପାଇଁ ‘ଛାତା’ ଯୋଜନାରେ ୨୦,୦୦୦ ଛାତପାଣି ଅମଳ ପ୍ରକଳ୍ପ ଏବଂ ‘ଅରୁଆ’ ଯୋଜନାରେ ୧,୨୦୦ଟି ରିଚାର୍ଜ ସାଫ୍ଟ ନିର୍ମାଣ କରାଯାଇଛି। ଜଳସେଚନ ପରିଚାଳନାରେ ସ୍ୱଚ୍ଛତା ପାଇଁ ୪୦,୦୦୦ରୁ ଉର୍ଦ୍ଧ୍ୱ ‘ପାଣି ପଞ୍ଚାୟତ’କୁ ସଶକ୍ତ କରାଯାଉଛି। ୨୦୦୩-୦୪ ମସିହାରୁ ଅଟକି ରହିଥିବା ଦୀର୍ଘଦିନର କାନପୁର ପ୍ରକଳ୍ପର କାର୍ଯ୍ୟ ଶେଷ ହୋଇଛି। ପ୍ରତ୍ୟକ୍ଷ ଦେବୀ ମା’ ଶାଳବଣୀଙ୍କ ପୀଠର ସମ୍ମାନଜନକ ସ୍ଥାନାନ୍ତର, NHAI ସହ ସମନ୍ୱୟ ଏବଂ କେନ୍ଦ୍ରୀୟ ଜଳ ଆୟୋଗ ଓ IIT ରୁର୍କୀର ବୈଷୟିକ ସହାୟତାରେ ଏହି ପ୍ରକଳ୍ପର ସମସ୍ୟା ସମାଧାନ କରାଯାଇଛି। ଅଗଷ୍ଟ ୩୧ ସୁଦ୍ଧା ଡ୍ୟାମ୍ ନିର୍ମାଣ ଶେଷ ହୋଇଥିବା ବେଳେ ଆସନ୍ତା ବର୍ଷ ସୁଦ୍ଧା କେନାଲ ନେଟୱାର୍କ ଶେଷ ହୋଇ ୨୫,୦୦୦ ହେକ୍ଟର ଜମିକୁ ଜଳସେଚନ ସୁବିଧା ମିଳିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। Post navigation जल सुरक्षा पर शिखर सम्मेलन के समापन सत्र में शामिल हुए प्रधानमंत्री नरेंद्र मोदी Independent Candidate Manoj Rath Joins BJP: ସ୍ୱାଧୀନ ପ୍ରାର୍ଥୀ ମନୋଜ ରଥଙ୍କ ସମେତ ବିଜେପିରେ ସାମିଲ ହେଲେ ଶତାଧିକ ପୁରୀ, ଗଂଜାମର ବିଜେଡି ଓ କଂଗ୍ରେସ ନେତା