ଜମି କିଣାକୁ ନେଇ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀଙ୍କୁ ଠକିଥିବା ବ୍ୟକ୍ତିଙ୍କୁ ପୋଲିସ ଗିରଫ କରିଛି । ୨୫ ଲକ୍ଷ ଟଙ୍କାର ଜମି ଠକେଇ ମାମଲାରେ ମୁଖ୍ୟ ଅଭିଯୁକ୍ତ ନିରଞ୍ଜନ ସେନାପତି ଧରାପଡ଼ିଥିବା ନେଇ ସୂଚନା ଦେଇଛନ୍ତି ଢେଙ୍କାନାଳ ଏସପି ଅଭିନବ ସୋନକର । ମାମଲାର ତଦନ୍ତ କରି ନିରଞ୍ଜନଙ୍କୁ ଗିରଫ କରିବା ପରେ କୋର୍ଟ ଚାଲାଣ କରାଯାଇଥିବା ଏସପି କହିଛନ୍ତି । ସୂଚନା ଯୋଗ୍ୟ; ୨୦୨୧ ରେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏକ କମ୍ପାନୀର ନିର୍ଦ୍ଦେଶକ ଥିବାବେଳେ ଢେଙ୍କାନାଳ ବଣସିଂ ଅଞ୍ଚଳରେ ଏକ ଜମି ପାଇଁ ନିରଞ୍ଜନଙ୍କୁ ଅଗ୍ରୀମ ବାବଦକୁ ୨୫ ଲକ୍ଷ ଟଙ୍କା ଦେଇଥିଲେ । କିନ୍ତୁ ଅନେକ ଦିନ ପର୍ଯ୍ୟନ୍ତ ସେ ଜମି ଯୋଗାଡ଼ କରି ପାରିନଥିଲା । ବିଭିନ୍ନ ବାହାନା କରି ଦିନ ଗଡ଼ାଇ ଚାଲିଥିଲା । ନିରଞ୍ଜନ ଟଙ୍କା ନେବା ପରେ ବର୍ଷ ବର୍ଷ ଗଡ଼ାଇ ଚାଲିଥିଲେ ଜମି ଦେଇନଥିଲେ । ବିଗତ ୪ ବର୍ଷ ହେଲା ଆଉ ସେହି ବ୍ୟକ୍ତି ଜଣଙ୍କ ମନ୍ତ୍ରୀଙ୍କୁ ଧରାଛୁଆଁ ଦେଉନାହାନ୍ତି । ବାରମ୍ବାର କହିବା ପରେ ୨୦୨୪ ନଭେମ୍ବର ୩୦ ତାରିଖ ମଧ୍ୟରେ ସମସ୍ତ ଟଙ୍କା ଫେରସ୍ତ ପାଇଁ ରାଜିନାମା ଦେଇଥିଲା । ମାତ୍ର ନିର୍ଦ୍ଧାରିତ ସମୟ ମଧ୍ୟରେ ଟଙ୍କା ନଫେରାଇ ୨୦୨୫ ଜାନୁଆରୀ ଶେଷସୁଧା ଫେରାଇ ଦେବାକୁ କହିଥିଲା । କିନ୍ତୁ ଟଙ୍କା ଦେଇ ନଥିଲା । ଠକାମିର ଶିକାର ହୋଇ ଶେଷରେ ଢେଙ୍କାନାଳ ଟାଉନ୍ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ମାମଲା ରୁଜୁ କରି ତଦନ୍ତ କରି ଆଜି ନିରଞ୍ଜନଙ୍କୁ ଗିରଫ କରିବା ପରେ କୋର୍ଟ ଚାଲାଣ କରିଛି । Post navigation ପୂର୍ତ୍ତ ବିଭାଗ କାମରେ ଲାଗିବ AI: ପୃଥ୍ବୀରାଜ ହରିଚନ୍ଦନ ଅଗଷ୍ଟ ୨୯ରେ ହେବ ଅନୁସୂଚିତ ଜାତି ଜନଜାତି ସଂସଦୀୟ ସମ୍ମିଳନୀ