ଆଜି ବିଧାନସଭା ଗୃହରେ ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀଙ୍କ ହଟ୍ଟଗୋଳ । ଆଜି ବି ଅଚଳ ରହିଲା ଗୃହ । ପ୍ରଶ୍ନକାଳ ଆରମ୍ଭ ହେବାମାତ୍ରେ ବିରୋଧୀଙ୍କ ପକ୍ଷରୁ ହୋହାଲ୍ଲା ଏବଂ ନାରାବାଜି କରିଥିଲେ । ବିଗତ ଦିନଗୁଡ଼ିକ ପରି ଆଜି ବି ବିଧାନସଭାରେ ବିରୋଧୀ ବିଜେଡି ଓ କଂଗ୍ରେସ ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଘେରିଛନ୍ତି। ଯାହାଫଳରେ ବାଧ୍ୟ ହୋଇ ବାଚସ୍ପତି ୧୧ଟା ୩୦ ଯାଏଁ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି । କଂଗ୍ରେସ ସଦସ୍ୟ ନାରୀ ନିର୍ଯାତନା ପ୍ରସଙ୍ଗରେ ବିରୋଧ ପ୍ରଦର୍ଶନ ଜାରି ରଖିଥିବା ବେଳେ ବିଜେଡି ମଧ୍ୟ ସଂରକ୍ଷଣ ଦାବିରେ ହଟ୍ଟଗୋଳ ଜାରି ରଖିଛି । ଏହିକ୍ରମରେ ଗୃହ ଆରମ୍ଭ ହେବା ମାତ୍ରେ କଂଗ୍ରେସ ମଧ୍ୟଭାଗକୁ ଆସି ଗିନି, ଘଣ୍ଟ ଏବଂ ବଇଂଶୀ ବଜାଇ ପ୍ରତିବାଦ କରିଥିଲେ । ଯାହାଫଳରେ ବାଚସ୍ପତି ପ୍ରଶ୍ନକାଳ ଚଳାଇବା ବିରୋଧୀ ବିଧାୟକମାନଙ୍କୁ ବାରମ୍ବାର ଅନୁରୋଧ କରିଥିଲେ । କିନ୍ତୁ ବିରୋଧୀ ସଦସ୍ୟ ବାଚସ୍ପତିଙ୍କର କୌଣସି କଥା ଶୁଣିନଥିଲେ । ସାଢେ ୧୧ଟା ଯାଏଁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି । ଅନ୍ୟପଟେ ବିଧାନସଭା ମୁଲତବୀ ପରେ କଂଗ୍ରେସ ପକ୍ଷରୁ ଗାନ୍ଧୀ ମୂର୍ତ୍ତି ତଳେ ଧାରଣା ଦେଉଥିବା ବେଳେ ବାହାରେ ବିଜେଡି ପକ୍ଷରୁ ପ୍ଲାକାର୍ଡ ଧରି ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି । ଅନୁସୂଚିତ ଜାତି, ଜନଜାତି ତଥା ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି)ଙ୍କୁ ମେଡିକାଲ ତଥା ଇଞ୍ଜିନିୟରିଂ ଶିକ୍ଷା ଓ ନିଯୁକ୍ତିରେ ୨୭ ପ୍ରତିଶତ ସଂରକ୍ଷଣ ଦେବାକୁ ବିଜେଡି ଗୃହରେ ଦାବି କରିଛି। ଅନୁରୂପ ଭାବରେ ରାଜ୍ୟରେ ବଢ଼ି ଚାଲିଥିବା ଅପରାଧ ଓ ନାରୀ ନିର୍ଯାତନାକୁ ଧାରାବାହିକ ଭାବେ ପ୍ରସଙ୍ଗ କରି ଚାଲିଛି କଂଗ୍ରେସ। Post navigation ଭିଜିଲାନ୍ସ ଜାଲରେ ଜଟଣୀ ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ଛତିଶଗଡ଼ରେ ପୋଲିସ-ମାଓ ଗୁଳିବିନିମୟ; ୩ ମାଓବାଦୀ ନିହତ