ଆସନ୍ତା ବଜେଟ୍ ଅଧିବେଶନ ପାଇଁ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଆଜି ପ୍ରି ବଜେଟ୍ ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରି ବଜେଟ୍ ନେଇ ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀ ସୂଚନା ଦେଇ କହିଛନ୍ତି ଫେବ୍ରୁଆରୀ ୧୭ ତାରିଖ ବଜେଟ୍ ପାଇଁ ଆଲୋଚନା ହେଲା । ପୂର୍ବତନ ଅର୍ଥ ମନ୍ତ୍ରୀ ଓ ଅର୍ଥ ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି । ଏହା ସହ ସଦସ୍ୟମାନେ ବହୁ ଗୁରୁତ୍ବପୂର୍ଣ୍ଣ ପରାମର୍ଶ ଦେଇଛନ୍ତି । ସାଧାରଣ ଜନତା ମଧ୍ୟ ଜାନୁୟାରୀ ୩୧ ତାରିଖ ପର୍ଯ୍ୟନ୍ତ ସେମାନଙ୍କର ସୁଚିନ୍ତିତ ମତାମତ ଦେଇପାରିବେ । ଅନଲାଇନ ମାଧ୍ୟମରେ ୬ ହଜାର ରୁ ଅଧିକ ପ୍ରସ୍ତାବ ଆସିବ ବୋଲି ଆକଳନ କରାଯାଉଛି । ମୁଖ୍ୟମନ୍ତ୍ରୀ ଆଉ ମଧ୍ୟ କହିଛନ୍ତି ଦେଢ଼ ଲକ୍ଷ ନିଯୁକ୍ତି ନେଇ ସରକାର ପ୍ରତିଶ୍ରୁତି ରଖିଥିଲେ । ଚଳିତ ବର୍ଷ ୪୦ ହଜାର ନିଯୁକ୍ତି ଦେବାକୁ ସ୍ଥିର ହୋଇଛି । ଏଥି ସହିତ ବଜେଟକୁ ନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଲୋକଙ୍କ ହିତକୁ ଦୃଷ୍ଟିରେ ରଖି ବଜେଟ୍ ଆସିବ । ବିଶେଷ କରି ଶିଳ୍ପ ଓ ପର୍ଯ୍ୟଟନ ଉପରେ ଅଧିକ ଫୋକସ୍ କରାଯାଇଛି । ଆଇଟି, ପେଟ୍ରୋକେମିକାଲ ଏବଂ ଆଗ୍ରୋ ଇଣ୍ଡଷ୍ଟ୍ରି ଉପରେ ଗୁରୁତ୍ୱ ଦିଆଯାଇଛି । ରାଜସ୍ୱ ବୃଦ୍ଧି ପାଇଁ ଅଧିକ ଧ୍ୟାନ ଦିଆଯାଉଛି । ଓଡିଶା ରେ କିପରି ଆମର ଜିଡିପି ବଢିବ ସେଥିପାଇଁ ଆମେ କୃଷି ଭିତ୍ତିକ ଶିଳ୍ପ ଉପରେ ଗୁରୁତ୍ୱ ଦେଉଛୁ । Post navigation ଶିମିଳିପାଳ ପର୍ଯ୍ୟଟକଙ୍କ ପାଇଁ ନୂଆ ନିୟମ, ପ୍ରବେଶ ପାଇଁ ଅନ୍ଲାଇନ ଆବେଦନ ବାଧ୍ୟତାମୂଳକ