ଖରା ଛୁଟିରେ ପିଲାମାନେ ପାଠପଢାରୁ ଦୂରେଇ ନ ଯାଆନ୍ତୁ ସେଥିପାଇଁ ରାଜ୍ୟ ସରକାର ଏକ ନୂଆ ପଦକ୍ଷେପ ନେଇଛନ୍ତି । ଓଡ଼ିଶା ସ୍କୁଲ ଏଜୁକେସନ୍ ପ୍ରୋଗ୍ରାମ୍ ଅଥରିଟି (ଓସେପା) ପକ୍ଷରୁ ଏଥର ଖରା ଛୁଟିରେ ହ୍ୱାଟ୍ସଆପ୍ ମାଧ୍ୟମରେ ‘ସମର ଲର୍ଣ୍ଣିଂ’ କାର୍ଯ୍ୟକ୍ରମ ଆରମ୍ଭ ହେବ । ଶିଶୁବାଟିକାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ଛାତ୍ରଛାତ୍ରୀଙ୍କ ପାଇଁ ବର୍ଗ ଓ ବିଷୟ ଅନୁସାରେ ଅଭ୍ୟାସ ପତ୍ର ପ୍ରସ୍ତୁତ କରାଯାଇଛି, ଯାହା ଗ୍ରୀଷ୍ମ ଛୁଟି ସମୟରେ ଅଭ୍ୟାସ ପାଇଁ ଛାତ୍ରଛାତ୍ରୀଙ୍କୁ ଦିଆଯିବ। ପିଲାମାନଙ୍କ ବାପା-ମାଆଙ୍କ ହ୍ୱାଟ୍ସଆପ୍ ନମ୍ବରରେ ଶିକ୍ଷକମାନେ ପ୍ରତି ସପ୍ତାହରେ ଆସାଇନ୍ମେଣ୍ଟ ଓ ସାଧାରଣ ଜ୍ଞାନ ପ୍ରଶ୍ନ ପଠାଇବେ । ପିଲା ଘରେ ରହି ସେଗୁଡ଼ିକ କରିବେ ଓ ଅଭିଭାବକ ଫଟୋ ବା ଛୋଟ ଭିଡିଓ କରି ଗ୍ରୁପ୍ରେ ପଠାଇବେ । ଓସେପା ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି କରି ଆସନ୍ତା ୨୫ ତାରିଖ ସୁଦ୍ଧା ପ୍ରତି ସ୍କୁଲ୍ ପାଇଁ ଶ୍ରେଣୀଭିତ୍ତିକ ହ୍ୱାଟ୍ସଆପ୍ ଗ୍ରୁପ୍ ଗଠନ କରିବାକୁ ନିର୍ଦେଶ ଦେଇଛି । ଗ୍ରୁପ୍ରେ ପ୍ରଧାନଶିକ୍ଷକ, ଶ୍ରେଣୀ ଶିକ୍ଷକ ଓ ଅଭିଭାବକମାନେ ରହିବେ । Post navigation Women Reservation Bil: ୩୩% ନାରୀ ଶକ୍ତିଙ୍କୁ ସଂରକ୍ଷଣ ପ୍ରସଙ୍ଗରେ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ Mukhyamatri Kanya Bibaha Yojana: ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାରେ ସାରା ରାଜ୍ୟରେ ସାମୂହିକ ବିବାହ ଉତ୍ସବ ଆୟୋଜିତ