mass-wedding-celebrations-under-kanya-bibaha-yojana
ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ମାଧ୍ୟମରେ ରାଜ୍ୟର ୨୭ଟି ସ୍ଥାନରେ ଆଜି ସାମୁହିକ ବିବାହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଶହ ଶହ ଯୁବକ-ଯୁବତୀ ବିବାହ ବନ୍ଧନରେ ବାନ୍ଧି ହୋଇ ନୂଆ ଜୀବନ ଆରମ୍ଭ କରିଛନ୍ତି ।
 
ଗରିବ ଓ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ପରିବାରର ଝିଅମାନଙ୍କ ବିବାହକୁ ସୁଗମ କରିବା ଏବଂ ବାଲ୍ୟ ବିବାହ ଓ ଯୌତୁକ ଭଳି କୁପ୍ରଥାକୁ ରୋକିବା ଲକ୍ଷ୍ୟରେ ରାଜ୍ୟ ସରକାର ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଆରମ୍ଭ କରିଛନ୍ତି ।
 
ଯୋଜନା ଅଧୀନରେ ପ୍ରତ୍ୟେକ କନ୍ୟାଙ୍କୁ ୪୫,୦୦୦ ଟଙ୍କା ସହାୟତା ରାଶି ଚେକ୍ ଓ ବିବାହ ପଞ୍ଜୀକରଣ ସାର୍ଟିଫିକେଟ ପ୍ରଦାନ କରାଯାଇଛି ।
 
ବିଭିନ୍ନ ଜିଲ୍ଲାରେ ସ୍ଥାନୀୟ ମନ୍ତ୍ରୀ, ବିଧାୟକ, ଜିଲ୍ଲାପାଳ, ଜିଲ୍ଲା ପ୍ରଶାସନିକ ଅଧିକାରୀ ଓ ସମାଜର ମାନ୍ୟଗଣ୍ୟ ବ୍ୟକ୍ତିବିଶେଷମାନେ ଯୋଗଦାନ କରି ବିବାହ ଉତ୍ସବକୁ ସାଫଲ୍ୟମଣ୍ଡିତ କରିଥିଲେ ।

By Nirvay

Leave a Reply

Your email address will not be published. Required fields are marked *