ରାଜ୍ୟ ସରକାର ରାଜ୍ୟ ଟ୍ରାନ୍ସଜେଣ୍ଡର କଲ୍ୟାଣ ବୋର୍ଡର ପୁର୍ନଗଠନ କରିଛନ୍ତି । ମୁଖ୍ୟ ଶାସନ ସଚିବ ବୋର୍ଡର ଅଧ୍ୟକ୍ଷ ରହିବେ । ରାଜ୍ୟ ସାମାଜିକ ସଶକ୍ତିକରଣ ଓ ଭିନ୍ନକ୍ଷମ ବିଭାଗର ସଚିବ ଏହାର ଉପାଧ୍ୟକ୍ଷ ରହିବେ । ଏହି ବିଭାଗର ନିର୍ଦ୍ଦେଶକ ସଦସ୍ୟ ସଚିବ ରହିଥିବା ବେଳେ ସଦସ୍ୟ ଭାବେ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ, ବିଭାଗର ଅତିରିକ୍ତ ସଚିବ ସଦସ୍ୟ ରହିବେ । ସେହିଭଳି ସଦସ୍ୟ ଭାବେ ବିଭିନ୍ନ ବିଭାଗ ଯଥା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ମହିଳା ଓ ଶିଶୁ ବିକାଶ ବିଭାଗ, ପଞ୍ଚାୟତ ରାଜ୍ ଓ ପାନୀୟ ଜଳ, ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା, ଉଚ୍ଚ ଶିକ୍ଷା, ବିଦ୍ୟାଳୟ ଓ ଗଣ ଶିକ୍ଷା ସଦସ୍ୟ ଭାବେ ରହିବେ । ଏଥି ସହିତ ସଦସ୍ୟ ଭାବେ ରାଜ୍ୟର ପ୍ରଥମ ତୃତୀୟ ଲିଙ୍ଗ ଡକ୍ଟରେଟ୍ ପାଇଥିବା ଦୀପ୍ତି ମହାପାତ୍ର ଏବଂ ତୃତୀୟ ଲିଙ୍ଗ ଅଧିକାର କର୍ମୀ ସୌମ୍ୟ ଦାସ ସଦସ୍ୟ ଭାବେ ରହିଛନ୍ତି । ଭୁବନେଶ୍ବରସ୍ଥିତ ଟ୍ରାନ୍ସଜେଣ୍ଡର ସୁରକ୍ଷା ଟ୍ରଷ୍ଟ ଏବଂ ବାଲୁଗାଁ ସ୍ଥିତ ଚେତନା ସଂଗଠନର ଜଣେ ଲେଖାଏଁ ପ୍ରତିନିଧି ସଦସ୍ୟ ଭାବେ ରହିବେ । ଏମାନଙ୍କ ବ୍ୟତିତ ବଲାଙ୍ଗୀର, ଅନୁଗୋଳ ଏବଂ ଖୋର୍ଦ୍ଧାର ଜିଲ୍ଲାପାଳ ମାନେ ପର୍ଯ୍ୟାୟକ୍ରମେ ସଦସ୍ୟ ଭାବେ ସ୍ଥାନ ପାଇବେ । ସୂଚନା ଯୋଗ୍ୟ ଯେ, ୨୦୨୫ ମସିହା ମେ’ ୧୫ ତାରିଖରେ ମଧ୍ୟ କଲ୍ୟାଣ ବୋର୍ଡ ଗଠନ କରାଯାଇଥିଲା । ଏହାର କାର୍ଯ୍ୟକାଳ ତିନି ବର୍ଷ ରହିବ ବୋଲି କୁହାଯାଇଥିଲା । ବୋର୍ଡର ଅଧ୍ୟକ୍ଷ ବିଭାଗୀୟ ମନ୍ତ୍ରୀ ଥିଲେ । କିନ୍ତୁ ମାତ୍ର ଗୋଟିଏ ବର୍ଷ ଭିତରେ ବୋର୍ଡର ପୁର୍ନଗଠନ କରାଯାଇଛି । Post navigation Mukhyamatri Kanya Bibaha Yojana: ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାରେ ସାରା ରାଜ୍ୟରେ ସାମୂହିକ ବିବାହ ଉତ୍ସବ ଆୟୋଜିତ Odisha Clears 18 Investment Projects: ୩,୮୭୭.୧୪ କୋଟିର ୧୮ଟି ପ୍ରକଳ୍ପକୁ ସିଙ୍ଗିଲ୍ ୱିଣ୍ଡୋ ଅନୁମୋଦନ