୩୩% ନାରୀ ଶକ୍ତି ଙ୍କୁ ସଂରକ୍ଷଣ ପ୍ରସଙ୍ଗରେ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ। ନାରୀ ଶକ୍ତି ବନ୍ଦନ ଅଧିନିୟମ ସଂସଦର ପାରିତ ହୋଇ ନ ପାରିବା ଓ ଏହାକୁ ନେଇ ବିରୋଧୀଙ୍କ ଭୂମିକାକୁ ସମାଲୋଚନା କରିଛନ୍ତ୍ରି ଅପରାଜିତା । ଆଜି ସମ୍ବଲପୁର ଗସ୍ତ ସମୟରେ କଂଗ୍ରେସକୁ କଡ଼ା ସମାଲୋଚନା କରି ସାଂସଦ କହିଛନ୍ତି ଯେ ସଂସଦରେ ଯାହା ଘଟିଲା ତାହା ସମସ୍ତେ ଜାଣନ୍ତୁ ଏବଂ ମହିଳା ଜାଣନ୍ତୁ । ୧୭ ତାରିଖ ଆମ ଦେଶର କଳାଦିବସ । ସେପ୍ଟେମ୍ବର, ୨୦୨୩ରେ ନୀରି ଶକ୍ତି ବନ୍ଦନମ ଅଧିନିୟମ ସର୍ବସମ୍ମତି କ୍ରମେ ପାରିତ କରାଗଲା । କେବଳ ଦୁଇ ଜଣ ସାଂସଦ ଏହାକୁ ବିରୋଧ କରିଥିଲେ । ଯାହା ଦ୍ୱାରା ମହିଳା ୩୩ ପ୍ରତିଶତ ମହିଳାଙ୍କୁ ସଂରକ୍ଷଣ ମିଳିବ । ଏହି ୩୩ ପ୍ରତିଶତରେ ଅନୁସୂଚିତ ଜାତି ଓ ଜନଜାତି ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ରହିଥିଲା । ସେହି ଅଧିନିୟମରେ ଗୋଟିଏ ବାଧ୍ୟତାମୂଳକ ବିନ୍ଦୁ ଥିଲା ଯେ ସୀମା ପୁନଃନିର୍ଦ୍ଧାରଣ କରାଯିବ । ସେଥିପାଇଁ ଏହି ଅଧିନିୟମକୁ ଲାଗୁ କରିବାକୁ ପୁଣି ଥରେ ସ୍ୱତନ୍ତ୍ର ଅଧିବେଶନ ଡକାଯାଇଥିଲା । ସେ ଆଉ ମଧ୍ୟ କହିଛନ୍ତି କେନ୍ଦ୍ର ମନ୍ତ୍ରୀ ୩ଟି ବିଲକୁ ଆଗତ କରିଥିଲେ । କିନ୍ତୁ ଇଣ୍ଡି ମେଣ୍ଟର ଚାରୋଟି ପ୍ରମୁଖ ଦଳ ଯଥା, କଂଗ୍ରେସ, ସମାଜବାଦୀ ପାର୍ଟି, ଡିଏମକେ ଏବଂ ତୃଣମୂଳ କଂଗ୍ରେସର ସଦସ୍ୟମାନେ ବିରୋଧ କଲେ । ଯାହାକୁ ପୂର୍ବରୁ ସମ୍ମତି ପ୍ରଦାନ କରିଥିଲେ ଏବଂ ପୁନଃ ସୀମାନିର୍ଦ୍ଧାରଣ ପାଇଁ ସମ୍ମତି ପ୍ରକାଶ କରିଥିଲେ । ଯେତେବେଳେ ପ୍ରଧାନମନ୍ତ୍ରୀ ଏହାକୁ ଲାଗୁ କରିବାକୁ ଚେଷ୍ଟା କଲେ ତାକୁ ବିରୋଧ କରାଗଲା । Post navigation Ratna Bhandar Inventory: ମହାପ୍ରଭୁଙ୍କ ରତ୍ନଭଣ୍ଡାରର ୧୯୭୮ ତାଲିକା ସହ ମେଳ ଖାଉଛି ୨୦୨୬ ଗଣତିମଣତି: ମୁଖ୍ୟ ପ୍ରଶାସକ Summer Learning Programme: ଖରା ଛୁଟିରେ ପିଲାଙ୍କ ପାଇଁ ସମର ଲର୍ଣ୍ଣିଂ ବ୍ୟବସ୍ଥା, ହ୍ୱାଟ୍ସଆପ୍ରେ ଛାତ୍ରଛାତ୍ରୀଙ୍କୁ ଦିଆଯିବ ଆସାଇନ୍ମେଣ୍ଟ