ପୁଣି ରାଜ୍ୟରେ ବଦଳିପାରେ ହାଇସ୍କୁଲ ପିଲାଙ୍କ ୟୁନିଫର୍ମ । ହାଇସ୍କୁଲ ପିଲାଙ୍କ ୟୁନିଫର୍ମ ରଙ୍ଗ ବଦଳିବା ନେଇଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍ତି । ସେ କହିଛନ୍ତି ପ୍ରାଇମେରୀ ସ୍କୁଲ ପିଲାଙ୍କ ୟୁନିଫର୍ମ ରଙ୍ଗ ଯେପରି ଅଛି, ସେହିପରି ରହିବ । ହେଲେ ହାଇସ୍କୁଲ ପିଲାଙ୍କ ୟୁନିଫର୍ମ ରଙ୍ଗ ପରିବର୍ତ୍ତନ କରାଯାଇପାରେ । ଏନେଇ ଆଲୋଚନା କରାଯାଉଛି ।

ସୂଚନାଥାଉ କି, ୨୦୨୩ରେ ନୂଆ ଶିକ୍ଷାବର୍ଷ ସହ ନବମ ଓ ଦଶମ ପିଲାଙ୍କ ୟୁନିଫର୍ମ ବଦଳିଥିଲା । ସର୍ବଶିକ୍ଷା ଅଭିଯାନରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ମାଗଣା ପୋଷାକ ଓ ଜୋତା ମିଳୁଥିବାବେଳେ ମୁଖ୍ୟମନ୍ତ୍ରୀ ପରିଧାନ ଯୋଜନାରେ ନବମ ଓ ଦଶମ ଶ୍ରେଣୀ ପିଲାଙ୍କୁ ମାଗଣା ୟୁନିଫର୍ମ ମିଳିଲା। ୫୫୦ ଟଙ୍କାରେ ହଳେ ପୋଷାକ, ଜୋତା ଓ ମୋଜା ଯୋଗାଇ ଦିଆଗଲା। ହେଲେ ପିଲାଙ୍କ ପୋଷାକର ରଙ୍ଗକୁ ନେଇ ଦେଖା ଦେଇଥିବା ବିବାଦ। ସେତେବେଳେ ସରକାରରେ ଥିବା ରାଜନୈତିକ ଦଳର ରଙ୍ଗ ସହ ପିଲାଙ୍କ ପୋଷାକର ରଙ୍ଗ ସମାନ ବୋଲି ଅଭିଯୋଗ ଉଠାଇଥିଲେ ବିରୋଧୀ।

Leave a Reply

Your email address will not be published. Required fields are marked *