ଓଡ଼ିଶା ସରକାର ନକ୍ସଲମୁକ୍ତ ଦେଶ ପାଇଁ ନୂଆ ରୋଡ୍ମ୍ୟାପ୍ ଘୋଷଣା କରିଛନ୍ତି । ଏହି ରୋଡ୍ମ୍ୟାପ୍ ଦ୍ୱାରା ଅନ୍ୟ ରାଜ୍ୟର ନକ୍ସଲଙ୍କୁ ଆତ୍ମସମର୍ପଣର ଆହ୍ୱାନ ଦିଆଯାଇଛି । ୨ ମାସରେ ଦ୍ୱିତୀୟ ଥର ପାଇଁ ସଂଶୋଧିତ ହେଲା ପ୍ୟାକେଜ୍ । ରାଜ୍ୟ ଗୃହ ବିଭାଗ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତିରେ କୁହାଯାଇଛି ଯେ, ଆତ୍ମସମର୍ପଣ କରୁଥିବା ନକ୍ସଲଙ୍କୁ ୬୦ ଦିନ ସୁଦ୍ଧା ଥଇଥାନ ସୁବିଧା ମିଳିବ । ଏହି ପ୍ୟାକେଜ୍ରେ ନକ୍ସଲଙ୍କୁ ମୁଣ୍ଡଜାମିନ ପୁରସ୍କାର ରାଶିକୁ ଅତ୍ୟଧିକ ବୃଦ୍ଧି କରାଯାଇଛି । କେନ୍ଦ୍ରୀୟ କମିଟି ବା ପଲିଟବ୍ୟୁରୋ ସଭ୍ୟଙ୍କୁ ସର୍ବାଧିକ ୧.୧୦ କୋଟି ଟଙ୍କା ପୁରସ୍କାର ରଖାଯାଇଛି। ରାଜ୍ୟ କମିଟି ସଭ୍ୟଙ୍କୁ ୫୫ ଲକ୍ଷ ଟଙ୍କା ଓ ଆଂଚଳିକ କମିଟି ସଭ୍ୟଙ୍କୁ ୩୩ ଲକ୍ଷ ଟଙ୍କା ପୁରସ୍କାର ରଖାଯାଇଛି। ଏହା ସହିତ ଅସ୍ତ୍ରଶସ୍ତ୍ର ସହ ଆତ୍ମସମର୍ପଣ କରୁଥିବା କ୍ୟାଡର୍ଙ୍କ ପାଇଁ ସ୍ୱତନ୍ତ୍ର ପ୍ୟାକେଜ୍ ଘୋଷଣା କରାଯାଇଛି। ଏଲ୍ଏମ୍ଜି ବନ୍ଧୁକ ପାଇଁ ୪.୯୫ ଲକ୍ଷ ଓ ଏକେ-୪୭ ପାଇଁ ୩.୩୦ ଲକ୍ଷ ଟଙ୍କା ପୁରସ୍କାର ରଖାଯାଇଛି । ଇନସାସ୍ ବା ଏସ୍ଏଲ୍ଆର୍ ରାଇଫଲ୍ ପାଇଁ ୧.୬୫ ଲକ୍ଷ ଟଙ୍କା ଅଲଗା ଦିଆଯିବ । ଗୋଟିଏ ଗ୍ରେନେଡ୍ ପାଇଁ ୫୫୦ ଟଙ୍କା ଓ ପ୍ରତି ଗୁଳି ପାଇଁ ୫୫ ଟଙ୍କା ପୁରସ୍କାର ରଖାଯାଇଛି । କୌଣସି ଅସ୍ତ୍ର ନଥାଇ ଆତ୍ମସମର୍ପଣ କଲେ ଅତିରିକ୍ତ ୨୫ ହଜାର ଟଙ୍କା ପ୍ରୋତ୍ସାହନ ଦିଆଯିବ । ଏହି ପ୍ୟାକେଜ୍ର ଲକ୍ଷ୍ୟ ହେଉଛି ନକ୍ସଲମୁକ୍ତ ଓଡ଼ିଶା ଗଠନ କରିବା । ଚଳିତବର୍ଷ ମାର୍ଚ୍ଚ ମାସ ଶେଷ ସୁଦ୍ଧା ନକ୍ସଲମୁକ୍ତ କରିବା ଲକ୍ଷ୍ୟରେ ସରକାର କାର୍ଯ୍ୟ କରୁଛନ୍ତି । Post navigation Ranveer Singh receives threat: ବଲିଉଡ ଅଭିନେତା ରଣବୀର ସିଂହଙ୍କୁ ଧମକ Banakalagi Niti: ଆଜି ଶ୍ରୀମନ୍ଦିରରେ ବନକଲାଗି ନୀତି, ୪ ଘଣ୍ଟା ବନ୍ଦ ରହିବ ମହାପ୍ରଭୁଙ୍କ ଦର୍ଶନ