ରାଜ୍ୟରେ ପ୍ରଶାସନିକ କାର୍ଯ୍ୟକୁ ଆହୁରି ସୁଦୃଢ଼ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଆଇଏଏସ୍ ଅଫିସର ସ୍ତରରେ ବ୍ୟାପକ ଅଦଳବଦଳ କରାଯାଇଛି। ଫେଜ୍-୨ ଟ୍ରେନିଂ ସାରି ଫେରିଥିବା ୨୦୨୪ ବ୍ୟାଚ୍‌ର ୯ ଜଣ ନୂତନ ଆଇଏଏସ୍ ଅଫିସରମାନଙ୍କୁ ବିଭିନ୍ନ ସବ୍-ଡିଭିଜନର ଉପଜିଲ୍ଲାପାଳ ଏବଂ ସବ୍-ଡିଭିଜନାଲ ମାଜିଷ୍ଟ୍ରେଟ୍ ଭାବେ ନିଯୁକ୍ତି ଦିଆଯାଇଛି। ଏନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ନୂତନ ନିଯୁକ୍ତି ଅନୁଯାୟୀ ଅନିମେଶ ପ୍ରଧାନଙ୍କୁ କଟକ ଜିଲ୍ଲା ଆଠଗଡ଼ର ଉପଜିଲ୍ଲାପାଳ ଭାବେ ନିଯୁକ୍ତି ମିଳିଥିବା ବେଳେ ପ୍ରଜ୍ଞାନନ୍ଦନ ଗିରି ଅନୁଗୋଳ ଜିଲ୍ଲା ତାଳଚେରର ଉପଜିଲ୍ଲାପାଳ ଦାୟିତ୍ୱ ଗ୍ରହଣ କରିବେ। କସ୍ତୁରୀ ଶାହାଙ୍କୁ କଳାହାଣ୍ଡି ଜିଲ୍ଲା ଭବାନୀପାଟଣାର ଉପଜିଲ୍ଲାପାଳ ଭାବେ ଅବସ୍ଥାପିତ କରାଯାଇଛି। ସେହିପରି ଫାବି ରସିଦ କୋରାପୁଟର ନୂତନ ଉପଜିଲ୍ଲାପାଳ ହୋଇଛନ୍ତି। ମୃଣାଳିକା ରାଠୋଡ଼ଙ୍କୁ ରାୟଗଡ଼ାର ଉପଜିଲ୍ଲାପାଳ ଦାୟିତ୍ୱ ପ୍ରଦାନ କରାଯାଇଛି।

ସେହିପରି ଶୁଭ୍ରା ପଣ୍ଡା କୋରାପୁଟ ଜିଲ୍ଲା ଜୟପୁରର ଉପଜିଲ୍ଲାପାଳ ଭାବେ ନିଯୁକ୍ତ ହୋଇଥିବା ବେଳେ ପୱନ କୁମାରଙ୍କୁ ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ର ଉପଜିଲ୍ଲାପାଳ ଦାୟିତ୍ୱ ଦିଆଯାଇଛି। ଭଗତ ସାମଲ କଲ୍ୟାଣରାଓ ଗଜପତି ଜିଲ୍ଲା ପାରଳାଖେମୁଣ୍ଡିର ଉପଜିଲ୍ଲାପାଳ ଭାବେ କାର୍ଯ୍ୟ କରିବେ ଓ ସନ୍ତୋଷ କୁମାର ପାତ୍ରଙ୍କୁ ସୁନ୍ଦରଗଡ଼ ଜିଲ୍ଲା ବଣାଇଗଡ଼ର ଉପଜିଲ୍ଲାପାଳ ଭାବେ ଦାୟିତ୍ୱ ଦିଆଯାଇଛି।

Leave a Reply

Your email address will not be published. Required fields are marked *