ଓଡ଼ିଆ ଯୁବତୀଙ୍କୁ ଦିଲ୍ଲୀରେ ଦୁଷ୍କର୍ମ ମାମଲାରେ ଆବାସିକ କମିଶନର୍‌ ବିଶାଲ ବଗନ୍‌ଙ୍କ ପ୍ରତିକ୍ରିୟା ଦେଇ କହିଛନ୍ତି ପୀଡ଼ିତା ସହ ଯୋଗାଯୋଗରେ ଅଛୁ । ସହଯୋଗ ପାଇଁ ପୀଡ଼ିତାଙ୍କ ପାଖରେ ଆବାସିକ କମିଶନ ଅଫିସର ମଧ୍ୟ ଅଛନ୍ତି ।ପୀଡ଼ିତାଙ୍କ ପରିବାର ସହ ଯୋଗାଯୋଗ କରାଯାଇଛି । ପୀଡ଼ିତାଙ୍କ ଭାଇ ଓ ପରିବାର ଲୋକ ଟ୍ରେନ୍‌ ଯୋଗେ ଦିଲ୍ଲୀ ଆସୁଛନ୍ତି । ପୀଡ଼ିତା ଦିଲ୍ଲୀ ଏମ୍‌ସରେ ଚିକିତ୍ସାଧୀନ ଅଛନ୍ତି ଓ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ଅଛି । ନିଜ ଆଡୁ ଏ ନେଇ ମାମଲା ରୁଜୁ କରିଛି ଦିଲ୍ଲୀ ପୋଲିସ। ପୋଲିସ ଏନେଇ ଅଧିକ ତଦନ୍ତ ଚଲାଇଛି। । ସିସିଟିଭି ଫୁଟେଜ ଯାଞ୍ଚ କରାଯିବା ପରେ ଦୁଷ୍କର୍ମକାରୀଙ୍କୁ ଚିହ୍ନଟ କରାଯିବ ।

ସୂଚନାଯୋଗ୍ୟ ଯେ, ଓଡ଼ିଶାର ଜଣେ ୩୪ ବର୍ଷୀୟ ମହିଳାଙ୍କୁ ରାଜଧାନୀ ଦିଲ୍ଲୀରେ ଦୁଷ୍କର୍ମ କରାଯାଇଥିବା ନେଇ ସୂଚନା ମିଳିଥିଲା । ଯୁବତୀ ଜଣଙ୍କ ଓଡିଶାର ବାସିନ୍ଦା ହୋଇଥିବା ବେଳେ ଏକ ବର୍ଷ ହେବ ଦିଲ୍ଲୀରେ ରହୁଥିଲେ । ଶୁକ୍ରବାର ଭୋର ୪ ଟା ପାଖାପାଖି ସମୟରେ ଜଣେ ବ୍ୟକ୍ତି ସରାଇ କାଲେ ଖାନ ଅଞ୍ଚଳରେ ମହିଳାଙ୍କୁ ଅଚେତ ଅବସ୍ଥାରେ ଦେଖି ପୋଲିସକୁ ସୂଚନା ଦେଇଥିଲେ। ଏହାପରେ ସଙ୍ଗେ ସଙ୍ଗେ ଏକ ପୋଲିସ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଯୁବତୀଙ୍କୁ ଦିଲ୍ଲୀ ଏମ୍‌ସରେ ଟ୍ରମା ସେଣ୍ଟରକୁ ଭର୍ତ୍ତି କରିଥିଲେ। ଘଟଣା ସମ୍ପର୍କରେ ତାଙ୍କ ପିତାମାତାଙ୍କୁ ସୂଚନା ଦିଆଯାଇଛି । ସିସିଟିଭି ଫୁଟେଜ ଯାଞ୍ଚ କରାଯିବା ପରେ ଦୁଷ୍କର୍ମକାରୀଙ୍କୁ ଚିହ୍ନଟ କରାଯିବ । ତେବେ ଯୁବତୀ ଜଣଙ୍କୁ ଦୁଷ୍କର୍ମ କରାଯାଇଥିବା ପୋଲିସ ସନ୍ଦେହ କରୁଛି । ସେଥିପାଇଁ ନିଜ ଆଡୁ ମାମଲା ରୁଜୁ କରିଛି ପୋଲିସ।

Leave a Reply

Your email address will not be published. Required fields are marked *