ସମ୍ୱଲପୁର: ଆଜି ସମ୍ବଲପୁର ଗସ୍ତରେ ଆସିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସମ୍ବଲପୁର, ଅନୁଗୁଳ ଓ ଢେଙ୍କାନାଳରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ କରିବେ ପ୍ରଚାର । ପ୍ରଥମେ ସମ୍ୱଲପୁରରେ ପହଞ୍ଚି ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ ନବୀନ । ଏଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଚୂଡାନ୍ତ ହୋଇଛି । ସକାଳ ୧୦ ଟା ୪୫ ମିନିଟ ସମୟରେ ମୁଖ୍ୟମନ୍ତ୍ରୀ ସ୍ଵତନ୍ତ୍ର ହେଲିକେପ୍ଟର ଯୋଗେ ଜମାଦାରପାଲି ଏୟାରଷ୍ଟ୍ରିପରେ ପହଞ୍ଚିବେ ।

ପୂର୍ବାହ୍ନ ୧୧ଟା ୧୦ ଅଇଁଠାପାଲି ପିଏଚ୍‌ଡି ପଡ଼ିଆରେ ଜନସମାବେଶକୁ ସମ୍ବୋଧିତ କରି ଲୋକସଭା ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ ଏବଂ ବିଧାନସଭା ପ୍ରାର୍ଥୀ ରୋହିତ ପୂଜାରୀଙ୍କ ପାଇଁ ଭୋଟ ମାଗିବ‌େ। ମଧ୍ୟାହ୍ନ ୧୨.୦୫ରେ ରେଢ଼ାଖୋଲ ବିଧାନସଭା କ୍ଷେତ୍ର ଅନ୍ତର୍ଗତ ନାକଟିଦେଉଳ କଲେଜ ପଡ଼ିଆରେ ଜନସଭାକୁ ସମ୍ବୋଧନ କରି ଲୋକସଭା ପ୍ରାର୍ଥୀଙ୍କ ସହିତ ବିଧାନସଭା ପ୍ରାର୍ଥୀ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଭୋଟ ଦେବା ପାଇଁ ଜନତାଙ୍କୁ ନିବେଦନ କରିବେ।

ସମ୍ବଲପୁର ପରେ ୩ଟା ୩୦ରେ ଅନୁଗୁଳ ଅନୁଗୁଳ ଷ୍ଟାଡିୟମରେ ପହଛି ଜନସଭାକୁ ସମ୍ବୋଧିତ କରିବେ । ସେଠାରୁ ଠେଙ୍କାନାଳ ଯାଇ ଜନସଭାକୁ ସମ୍ବୋଧିତ କରିବା ସହ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବାର କାର୍ଯ୍ଯକ୍ରମ ରହିଛି।

ନିର୍ବାଚନ ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବଲପୁର ଗସ୍ତ ଯୋଗୁ ବିଜେଡି କର୍ମୀଙ୍କ ମଧ୍ୟରେ ଉତ୍ସାହ ଖେଳିଯାଇଛି ।

Leave a Reply

Your email address will not be published. Required fields are marked *