ଓଡ଼ିଶାର ଶିଳ୍ପ ଓ ଆର୍ଥିକ ବିକାଶକୁ ଆଉ ଗୋଟିଏ ପାହାଚ ଆଗକୁ ନେବା ପାଇଁ ଆଜି ନୂଆଦିଲ୍ଲୀ ଗସ୍ତ କରୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହି ଗସ୍ତ କାଳରେ ସେ କାଲି ଦିଲ୍ଲୀରେ ଆୟୋଜିତ ହେବାକୁ ଥିବା ଏକ ବିଶାଳ ‘ରୋଡ୍ ସୋ’ ରେ ଯୋଗଦେବେ। ଏ ନେଇ ‘ସେବା ସଂକଳ୍ପ ଅଭିଯାନ’ ଅବସରରେ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ କହିଛନ୍ତି ଓଡ଼ିଶାରେ ବୃହତ୍ ପୁଞ୍ଜିନିବେଶ ପାଇଁ ବିଦେଶୀ ସଂସ୍ଥାଗୁଡ଼ିକ ବିଶେଷ ଆଗ୍ରହ ପ୍ରକାଶ କରିଛନ୍ତି। ଏହି ସଂକ୍ରାନ୍ତରେ ୟୁରୋପ, ଜାପାନ ଏବଂ ସାଉଥ୍ କୋରିଆର ପ୍ରତିନିଧି ଟିମ୍ଙ୍କ ସହ ବିସ୍ତୃତ ଆଲୋଚନା ଚାଲିଛି। ରାଜ୍ୟ ସରକାର ଓଡ଼ିଶାକୁ ଏକ ପ୍ରମୁଖ ‘ସେମିକଣ୍ଡକ୍ଟର ହବ୍’ ରେ ପରିଣତ କରିବାକୁ ବିଶେଷ ଯୋଜନା ପ୍ରସ୍ତୁତ କରୁଛନ୍ତି। ଏହାଦ୍ୱାରା ରାଜ୍ୟରେ ବୈଷୟିକ ଜ୍ଞାନକୌଶଳର ବିକାଶ ହେବା ସହ ହଜାର ହଜାର ଯୁବକଯୁବତୀଙ୍କ ପାଇଁ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ଆଶା କରାଯାଉଛି। Post navigation Month-Long Seva Sankalp Abhiyan: ପ୍ରଧାନମନ୍ତ୍ରୀଙ୍କ ୭୬ତମ ଜନ୍ମଦିବସ: ଲୋକସେବା ଭବନରେ ଚାରା ରୋପଣ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ SC Gives Dara Singh 2 Weeks to Amend Petition in Graham Staines Murder Case