Odisha cm announces--projects worth rs-1100-crore-for-poll-bound-nuapada/
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ଦିନ ନୂଆପଡ଼ା ଜିଲ୍ଲା ଗସ୍ତରେ ଯାଇ ୧,୧୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ୯୫୭ଟି ବିକାଶମୂଳକ ନୂତନ ପ୍ରକଳ୍ପର ଘୋଷଣା, ଭିତ୍ତିପ୍ରସ୍ତର ସ୍ଥାପନ ଓ ଉଦ୍‌ଘାଟନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ।
 
ମୁଖ୍ୟମନ୍ତ୍ରୀ ଜଳସେଚନ ପାଇଁ ୮୦୨ କୋଟି ଘୋଷଣା କରିଥିବାବେଳେ ୭୫ କୋଟିର ଅନ୍ୟାନ୍ୟ କଲ୍ୟାଣମୂଳକ ପ୍ରକଳ୍ପ ମଧ୍ୟ ଘୋଷଣା କରିଛନ୍ତି ।
 
ଏହି ସବୁ ପ୍ରକଳ୍ପ ଗୁଡ଼ିକ କୃଷି, ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ଗ୍ରାମ୍ୟ ଉନ୍ନୟନ ଭଳି କ୍ଷେତ୍ରରେ ବିପୁଳ ଅଭିବୃଦ୍ଧି ଆଣିବା ସହ ଉନ୍ନତ ସଂଯୋଗୀକରଣ, ସ୍ଥାନୀୟ ନିଯୁକ୍ତି ସୃଷ୍ଟି ଏବଂ ଜୀବନଧାରଣମାନର ଉନ୍ନତିକୁ ସୁନିଶ୍ଚିତ କରିବ ।
Odisha cm announces--projects worth rs-1100-crore-for-poll-bound-nuapada/
 
ନୂଆପଡ଼ା ଉପନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଜିଲ୍ଲାର ବିକାଶ ପାଇଁ ବିଭିନ୍ନ ପ୍ରକଳ୍ପ ଭେଟି ଦେଇଛନ୍ତି । ନୂଆପଡ଼ାର ବିକାଶ ପାଇଁ ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ସେ କହିଚ୍ଛନ୍ତି ।
 
ନୂଆପଡ଼ା ଉପନିର୍ବାଚନକୁ ନେଇ ଏବେ ଓଡିଶା ରାଜନୀତି ସରଗରମ ଥିବାବେଳେ ମୁଖ୍ୟମନ୍ତ୍ରୀଙ୍କ ନୂଆପଡ଼ାଗସ୍ତ ବହୁ ଗୁରୁତ୍ୱ ବହନ କରୁଛି । ତେବେ ବିଜେଡି ଉପନିର୍ବାଚନ ମୈଦାନରେ ଦିବଂଗତ ନେତା ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆଙ୍କୁ ପ୍ରାର୍ଥୀ କରି ବାଜିମାତ କରିବାକୁ ଯୋଜନା କରିଛି । ସେହିଭଳି ପିସିସି ସଭାପତି ଭକ୍ତ ଚରଣ ଦାସ ମଧ୍ୟ ୪ ଦିନିଆ ନୂଆପଡା ଗସ୍ତରେ ଯାଇଛନ୍ତି ।
 
କହିରଖୁଛୁ ଯେ, ୭ଟି ରାଜ୍ୟରେ ୮ଟି ବିଧାନସଭା ଆସନ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେବ । ସେ ନେଇ ନିର୍ବାଚନ କମିଶନ ଆଜି ତାରିଖ ଘୋଷଣା କରିପାରନ୍ତି ।
 

By Nirvay

Leave a Reply

Your email address will not be published. Required fields are marked *