ଚଳିତବର୍ଷ ରଥଯାତ୍ରାକୁ ନେଇ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଲୋକ ସେବା ଭବନରେ ବିଭିନ୍ନ ବିଭାଗର ଅଧିକାରୀଙ୍କ ସହିତ ମୁଖ୍ୟ ଶାସନ ସଚିବ ରଥଯାତ୍ରା ପ୍ରସ୍ତୁତି ବୈଠକ କରିଛନ୍ତି । ଏହି ବୈଠକରେ ୬ ମାସ ପୂର୍ବରୁ ସବୁ ବିଭାଗକୁ ପ୍ରସ୍ତୁତି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ବିଗତ ଦିନର ତ୍ରୁଟି ଚିହ୍ନଟ ସହ କ’ଣ ପଦକ୍ଷେପ ନିଆଯିବ ରିପୋର୍ଟ ନିର୍ଦ୍ଦେଶ ରହିଛି । ମୁଖ୍ୟ ଶାସନ ସଚିବ କହିଛନ୍ତି ପ୍ରତି ମାସରେ ସମୀକ୍ଷା ହେବ ରଥଯାତ୍ରା ପ୍ରସ୍ତୁତି। ସ୍ୱାସ୍ଥ୍ୟ, ପିଇବା ପାଣି, କ୍ୱାଲିଟି ମନିଟର, ସ୍ୱଚ୍ଛତାକୁ ଗୁରୁତ୍ୱ ଦିଆଯାଇଛି । ଭିଡ଼ ପରିଚାଳନା, ଟ୍ରାଫିକ ସମସ୍ୟା ନେଇ ମଧ୍ୟ ଆଲୋଚନା ହୋଇଛି । ଏହି ବୈଠକରେ ପୋଲିସ ଡିଜି ଯୋଗେଶ ବାହାଦୂର ଖୁରାନିଆ, ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀ ଏବଂ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡାକ୍ତର ଅରବିନ୍ଦ ପାଢ଼ୀ ପ୍ରମୁଖ ବୈଠକରେ ଉପସ୍ଥିତ ଥିଲେ । Post navigation Scrap 10-Minute Commitment: ୧୦ ମିନିଟର ବ୍ୟାନର ହଟାଇବାକୁ ଡେଲିଭରି କମ୍ପାନୀମାନଙ୍କୁ କେନ୍ଦ୍ର ସରକାରଙ୍କ ବଡ଼ ତାଗିଦ CM Unveils Mega Projects: କେନ୍ଦୁଝରରେ ୭୧ଟି ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ