ରାଜ୍ୟ ବିଜେପିର ନୂଆ ପଦାଧିକାରୀ ତାଲିକା ଘୋଷଣା। ପ୍ରକାଶିତ ନୂତନ ପଦାଧିକାରୀ ତାଲିକାରେ ୧୦ ଜଣ ଉପସଭାପତି, ୪ ଜଣ ସାଧାରଣ ସମ୍ପାଦକ, ୧୦ ଜଣ ସମ୍ପାଦକ, ଜଣେ କୋଷାଧ୍ୟକ୍ଷ ଓ ଜଣେ ଉପ କୋଷାଧ୍ୟକ୍ଷ ରହିଛନ୍ତି ।

ଉପସଭାପତି ତାଲିକାରେ ଖୋର୍ଦ୍ଧାର ଡାକ୍ତର ଜତିନ ମହାନ୍ତି, ନୟାଗଡ଼ ଅଶୋକ ମିଶ୍ର, ସୁନ୍ଦରଗଡ଼ କୁସୁମ ଟେଟେ, ନବରଙ୍ଗପୁରର ରମେଶ ଚନ୍ଦ୍ର ସାହୁ, ଗଜପତିର କେ ନାରାୟଣ ରାଓ, ବଲାଙ୍ଗୀରର ଶିବାଜୀ ମହାନ୍ତି, କଳାହାଣ୍ଡିର ଭାବେନ୍ଦ୍ର କୁମାର ପଣ୍ଡା, ବାଲେଶ୍ୱରର ସିପ୍ରା ବାଜପେଇ, ରାଉରକେଲାର ସୁଦର୍ଶନ ଗୋଏଲ୍ ଏବଂ କେନ୍ଦ୍ରାପଡ଼ାର ବିଷ୍ଣୁ ଦାସ ରହିଛନ୍ତି ।

ସେହିପରି ସାଧାରଣ ସମ୍ପାଦକ ପଦରେ ନିଯୁକ୍ତ ହୋଇଛନ୍ତି ପୁରୀର ବିରଞ୍ଚି ନାରାୟଣ ତ୍ରିପାଠୀ, ଭୁବନେଶ୍ୱରର ସାରଦା ପ୍ରସାଦ ଶତପଥୀ, ସମ୍ବଲପୁରର ସିମାଞ୍ଚଳ ଖଟେଇ ଏବଂ କୋରପୁଟ ଜିଲ୍ଲାର ଶ୍ରୀମତୀ ପୂର୍ଣ୍ଣିମା ପ୍ରିୟଦର୍ଶିନୀ ନାୟକ ।

କଟକର ସରୋଜ କୁମାର କର ଓ ସ୍ମୃତି ପଟ୍ଟନାୟକ, ଅନୁଗୁଳର କାଳିନ୍ଦୀ ସାମଲ, କଟକର ପଟ୍ଟନାୟକ, ପୁରୀର ପ୍ରୀତି ପ୍ରତିଭା ଭୋଳ, କନ୍ଧମାଳର ଭଗବାନ ମହାନ୍ତି, ଭୁବନେଶ୍ୱର ପିଙ୍କି ପ୍ରଧାନ, ମୟୂରଭଞ୍ଜ ପଶ୍ଚିମର ରାମଚନ୍ଦ୍ର ହାଁସଦା, କେନ୍ଦୁଝରର ମମତା ସିଂହ, ଆସ୍କା ଘୁମୁସରର ପୃଥ୍ୱୀରାଜ ମହାପାତ୍ର ଓ ଜଗତସିଂହପୁରର ସ୍ମିତା ପ୍ରଧାନଙ୍କୁ ସମ୍ପାଦକ ଦାୟିତ୍ୱ ମିଳିଛି । ଭୁବନେଶ୍ୱରର ଅଜୟ ଅଗ୍ରୱାଲ କୋଷାଧ୍ୟକ୍ଷ ହୋଇଥିବାବେଳେ ପୁରୀର ଦିବାକର ହରିଚନ୍ଦନ ଯୁଗ୍ମ କୋଷାଧ୍ୟକ୍ଷଭାବରେ ନିଯୁକ୍ତି ପାଇଛନ୍ତି ।

 

Leave a Reply

Your email address will not be published. Required fields are marked *