ଆଜି ବିଧାନସଭା ବଜେଟ ଅଧିବେଶନ ୨ୟ ପର୍ଯ୍ୟାୟର ୫ଦିନ । ଗୃହ ଆରମ୍ଭ ହେବା ମାତ୍ରେ ଦେଖିବାକୁ ମିଳିଥିଲା ନାରାବାଜି । ବିଜେଡି ପୋଲାଭରମ ପ୍ରସଙ୍ଗ ନେଇ ଗୃହ ମଧ୍ୟଭାଗକୁ ଆସି ନାରାବାଜି କରିଥିଲା । ଏପିରିକି ବାଚସ୍ପତିଙ୍କ ପୋଡିୟମ ଉପରକୁ ଉଠିବାକୁ ଉଦ୍ୟମ କରିଥିଲେ। ଗୃହରେ ହୋହାଲ୍ଲା ଏବଂ ନାରାବାଜି । ଯାହାଫଳରେ ବିଧାନସଭାକୁ ୧୧ଟା ୩୦ ଯାଏଁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ସୁରମା ପାଢୀ । ଅନ୍ୟପଟେ ଆଜି ବି ବିଧାନସଭା ବୟକଟ୍ କରିଛନ୍ତି କଂଗ୍ରେସ ସଦସ୍ୟ । ପ୍ରଶ୍ନକାଳରେ ସାମିଲ ନହୋଇ ଗାନ୍ଧୀ ମୂର୍ତ୍ତି ତଳେ ଦେଲେ ଧାରଣା କଳାପଟି ବାନ୍ଧି ଧାରଣାରେ ବସିଛନ୍ତି କଂଗ୍ରେସ ସଦସ୍ୟ । ତାରାଙ୍କ ନିଲମ୍ବନ ପ୍ରତ୍ୟାହାର ଦାବିରେ ଅଡ଼ି ବସିଛି କଂଗ୍ରେସ । Post navigation ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଅନୁଧ୍ୟାନ କଲେ ଗଜପତି ମହାରାଜ ଗିରଫ ହେଲେ ବିଜେଡି ନେତା ରାଜା ଚକ୍ର