ଆଜି ନୂଆପଡ଼ାରେ ବିଶାଳ ସମାବେଶ ହୋଇଛି । ଉପନିର୍ବାଚନ ଯେତିକି ପାଖେଇ ଆସୁଛି ପ୍ରଚାର ପ୍ରସାର ସେତିକି ଜୋରରେ ଆରମ୍ଭ ହୋଇଛି । ବିଜେପି ତାର ପ୍ରାର୍ଥୀ ଜୟ ଢୋଲକିଆଙ୍କ ପାଇଁ ଶକ୍ତି ପ୍ରଦର୍ଶନ କରିବା ଆରମ୍ଭ କରିଦେଇଛି । ନୂଆପଡ଼ାରେ ବିଜେପିର ବିଜୟ ସକଳ୍ପ ସମାବେଶ ଓ ମହା ମିଶ୍ରଣ ପର୍ବ ଆରମ୍ଭ ହୋଇଛି। ଆଜିର ସଭାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ସଭାପତି ମନମୋହନ ସାମଲ, ପ୍ରଭାରୀ ବିଜୟପାଲ ସିଂ ତୋମାର, ସୂରେଶ ପୂଜାରୀ, ପ୍ରଦୀପ ପୁରୋହିତ, ଜୟ ନାରାୟଣ ମିଶ୍ର ପ୍ରମୁଖ ସହିତ ଅନେକ ତୁଙ୍ଗ ନେତା ସାମିଲ ହୋଇଛନ୍ତି । ଏହି ଅବସରରେ ନୂଆପଡ଼ା ଉପନିର୍ବାଚନ ପ୍ରଚାରରେ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ସେ କହିଛନ୍ତି ନୂଆପଡ଼ା ବିକାଶ ଦାୟିତ୍ୱ ମୋର, କଥା ଦେଇ କଥା ରଖିବୁ । ନୂଆପଡ଼ା ଇତିହାସରେ ନୂଆ ଫର୍ଦ୍ଦ ଯୋଡ଼ି ହେବାକୁ ଯାଉଛି। ଏବେଠାରୁ ନୂଆପଡ଼ାବାସୀ ଦେଖିବେ ଡବଲ ଇଞ୍ଜିନ ସରକାରର ବିକାଶ । ଏହା ସହ ପୂର୍ବ ସରକାରଙ୍କୁ ଟାର୍ଗେଟ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ପୂର୍ବ ସରକାରରେ ମୁଖ୍ୟମନ୍ତ୍ରୀ ଉପନିର୍ବାଚନ ବେଳେ କଥା ଦେଇ ରଖୁ ନ ଥିଲେ। ମାତ୍ର ମୁଁ ଏହା ଭିତରେ ନୂଆପଡ଼ା ପାଇଁ ୧୧ ଶହ କୋଟିର ପ୍ରକଳ୍ପ ଘୋଷଣା କରିଛି। ଜୟଙ୍କ ପ୍ରତି ବିଜେଡି ନେତାଙ୍କ ବ୍ୟକ୍ତିଗତ ଆରୋପ ଗ୍ରହଣୀୟ ନୁହେଁ। ଆଉ ନବୀନ ବାବୁ ଏପରି ଘୃଣ୍ୟ ଟିପ୍ପଣୀକୁ ନିନ୍ଦା ନ କରିବା ଦୁର୍ଭାଗ୍ୟଜନକ। ନୂଆପଡ଼ାବାସୀ ଏହି ଘୃଣ୍ୟ ମନ୍ତବ୍ୟର ଉପଯୁକ୍ତ ଜବାବ ଦେବେ । ବିଜେଡିକୁ ଜିଲ୍ଲା ଭିତରେ ପ୍ରାର୍ଥୀ ମିଳିଲା ନାହିଁ, ବାହାର ଜିଲ୍ଲାରୁ ଆଣିଲେ। ବାହାର ପ୍ରାର୍ଥୀଙ୍କୁ ନୂଆପଡ଼ାବାସୀ କେବେ ଗ୍ରହଣ କରିବେ ନାହିଁ। କଂଗ୍ରେସ, ବିଜେଡି ଗୋଟିଏ ରାସ୍ତାରେ ଅଗ୍ରସର ହେଉଛନ୍ତି । ଏଥର ନୂଆପଡ଼ାରେ ବିଜେପିର ଏକପାଖିଆ ବିଜୟ ହେବ। ସେହିପରି ସଭାପତି ମନମୋହନ ସାମଲ ଜନସଭାକୁ ଉଦବୋଧନ ଦେଇ କହିଛନ୍ତି ବିଜେପି ସରକାର ଆସିବା ପରେ ରତ୍ନ ଭଣ୍ଡାର ଖୋଲିବାଠାରୁ ଆରମ୍ଭ କରି ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି, ସୁଭଦ୍ରା ଯୋଜନା ଆଦି ଲାଗୁ କରିଛନ୍ତି । ରେକର୍ଡ ଭୋଟ୍ ଦେଇ ଇତିହାସ ସୃଷ୍ଟି କରିବାକୁ ସଂକଳ୍ପ ନେବାକୁ ମନମୋହନ ଆହ୍ୱାନ ଦେଇଛନ୍ତି । ସମଗ୍ର ଦେଶରେ ବିଜେପିର ବିଚାରଧାରା ପହଁଚିଛି । ନୂଆପଡ଼ାରେ ଏକତରଫା ମତଦାନ ହେବ ଏବଂ ବିଜେପି ରେକର୍ଡ ସଂଖ୍ୟକ ଭୋଟରେ ବିଜୟ ଲାଭ କରିବ ମନମୋହନ ଦୃଢ଼ କଣ୍ଠ ସ୍ୱରରେ କହିଛନ୍ତି । ନିର୍ବାଚନରେ ଜୟଙ୍କୁ ପଦ୍ମ ଫୁଲରେ ଭୋଟ୍ ଦେଇ ବିଜୟ କରନ୍ତୁ । Post navigation Bjp Starcampaigner list: ନୂଆପଡ଼ା ଉପନିର୍ବାଚନ ପାଇଁ ବିଜେପି ଜାରି କଲା ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା Naveen Pattnaik birthday: ଜନ୍ମଦିନରେ ଜନ ସମ୍ପର୍କ ପଦଯାତ୍ରାରେ ଯୋଗ ଦେଲେ ନବୀନ ପଟ୍ଟନାୟକ