ସୁରୁଖୁରୁରେ ଚାଲିଛି ନୂଆପଡ଼ା ଉପନିର୍ବାଚନ ପାଇଁ ଭୋଟିଂ ।ଭୋଟ ଦେଉଛି ନୂଆପଡା । ଦିନ ୧୧ଟା ସୁଦ୍ଧା ନୂଆପଡ଼ାରେ ୩୨.୫୧% ଭୋଟିଂ ହୋଇଛି । ନେତାଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକମାନେ ଆସି ମତଦାନ କରୁଛନ୍ତି। ମୋଟ ୩୫୮ ବୁଥରେ ଚାଲିଛି ଭୋଟ ଗ୍ରହଣ । ୩୧୧ ଟି ବୁଥରେ ସକାଳ ୭ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ମତାଦାନା ହେବା ବେଳେ ବାକି ୪୭ ବୁଥରେ ସକାଳ ୭ରୁ ଅପରାହ୍ନ ୪ଟା ଯାଏ ଚାଲିବ ଭୋଟ ଗ୍ରହଣ ପ୍ରକ୍ରିୟା । ଉପନିର୍ବାଚନ ପାଇଁ ୩୫୮ ବୁଥରେ ୨ ଲକ୍ଷ ୫୩ ହଜାର ୬୨୪ ଭୋଟର ମତଦାନ ସାବ୍ୟସ୍ତ କରିବା ବେଳେ ସେଥିମଧ୍ୟରୁ ମହିଳା ଭୋଟର ୧ ଲକ୍ଷ ୨୯ ହଜାର ୪୯୫ , ପୁରୁଷ ଭୋଟର ୧ଲକ୍ଷ ୨୪ ହଜାର ୧୦୮ ଓ ୨୧ ଜଣ ତୃତୀୟ ଲିଙ୍ଗୀ ଭୋଟର୍ ରହିଛନ୍ତି । ମାଓବାଦୀ ପ୍ରବଳ ଅଞ୍ଚଳ ହୋଇଥିବାରୁ ଏଠାକୁ ବାୟୁସେନାର ସ୍ବତନ୍ତ୍ର ହେଲିକପ୍ଟରର ବ୍ୟବସ୍ଥା କରାଯାଇଛି । Post navigation Presiding Officer Suspend: ନୂଆପଡ଼ା ଉପନିର୍ବାଚନ: ପ୍ରିଜାଇଡିଂ ଅଫିସର୍ ସସ୍ପେଣ୍ଡ Pitabas Murder Case: ପୀତବାସ ହତ୍ୟା ମାମଲା: ହାଇକୋର୍ଟରେ କ୍ଷମା ମାଗିଲେ ବ୍ରହ୍ମପୁର ଏସ୍ପି