ଆଜି ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଇଙ୍କ ନିକଟରେ ନବାନ୍ନ ଲାଗିବା ପାଇଁ ବାହାରିଲା ଲଗ୍ନ । ଆସନ୍ତା ସେପ୍ଟେମ୍ବର ୧୫ ତାରିଖ ଭାଦ୍ରବ ଶୁକ୍ଳପକ୍ଷ ପଞ୍ଚମୀ, ମଙ୍ଗଳବାର ଦିନ ଶୁଭ ଲଗ୍ନ ନିର୍ଦ୍ଧାରଣ ହୋଇଛି । ଆସନ୍ତା ୧୫ ତାରିଖ ସକାଳ ୯.୪୦ ରୁ ୯.୫୪ ସମୟରେ ମା’ ସମଲେଶ୍ୱରୀଙ୍କ ନିକଟରେ ଲାଗିବ ନବାନ୍ନ । ତା’ ପରେ ଘରେ ଘରେ ନୂଆଁ ଖାଇବେ ସମ୍ବଲପୁରବାସୀ । ବ୍ରହ୍ମପୁରା ମନ୍ଦିର ପରିସରରେ ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ପଣ୍ଡିତ ମଣ୍ଡଳୀ ବସି ମା’ ସମଲେଶ୍ୱରୀଙ୍କର ରାଶି ନକ୍ଷତ୍ର ଗଣନା କରି ଲଗ୍ନ ଧାର୍ଯ୍ୟ କରିଛନ୍ତି । Post navigation Odisha BJP Holds State Executive Meeting in Cuttack Naveen Targets Govt Over SI Recruitment: ପେପର୍ ଲିକ୍ ଆଶାୟୀଙ୍କ ଭବିଷ୍ୟତକୁ ନେଇ ସରକାରଙ୍କୁ ନବୀନଙ୍କ ଟାର୍ଗେଟ୍