ନିଟ୍ ପ୍ରଶ୍ନପତ୍ର ଲିକ୍ ମାମଲାରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି କେନ୍ଦ୍ର ସରକାର। ଜାତୀୟ ପରୀକ୍ଷା ।ଏନଟିଏ ମହାନିର୍ଦ୍ଦେଶକ ସୁବୋଧ କୁମାର ସିଂଙ୍କୁ ହଟେଇ ପ୍ରଦିପ ସିଂ ଖରୋଲାଙ୍କୁ ଏନଟିଏ’ର ନୂତନ ମହାନିର୍ଦ୍ଦେଶକ ନିଯୁକ୍ତ କରିଛି କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ। ଏବେ ସେ ଇଣ୍ଡିଆ ଟ୍ରେଡ୍ ପ୍ରମୋସନ୍ ଅର୍ଗାନାଇଜେସନ୍ (ଆଇଟିପିଓ)ର ସଭାପତି ଓ ଏମ୍ ଡି ଦାୟିତ୍ବ ମଧ୍ୟ ତୁଲାଉଛନ୍ତି। ଏହାପୂର୍ବରୁ ଶନିବାର ଜାତୀୟ ପରୀକ୍ଷା ଆୟୋଜନ ସଂସ୍ଥା (ଏନଟିଏ) ଜରିଆରେ ପାରଦର୍ଶୀ, ସୁଗମ ଓ ସ୍ୱଚ୍ଛ ଭାବେ ପରୀକ୍ଷା ଆୟୋଜନ ସୁନିଶ୍ଚିତ କରିବା ଲାଗି ଶିକ୍ଷା ମନ୍ତ୍ରଣାଳୟ ଅଧୀନ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ବିଶେଷଜ୍ଞମାନଙ୍କୁ ନେଇ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି। ନିଟ୍ ପ୍ରଶ୍ନପତ୍ର ଲିକ୍ ଓ ୟୁଜିସି-ନେଟ୍ ପରୀକ୍ଷାର ପେପର ଲିକ୍ ଘଟଣାକୁ ନେଇ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ଉପରେ ଲଗାତାର ପ୍ରଶ୍ନ ଉଠୁଛି। ଏବେ ଏହି ମାମଲା କୋର୍ଟରେ ପହଞ୍ଚିଛି। ଏହା ସହ ସରକାର ଜୁନ୍ ୨୧ରେ ୟୁଜିସି ନେଟ୍ ପରୀକ୍ଷାକୁ ସ୍ଥଗିତ ରଖିଥିଲେ। ପ୍ରଶ୍ନପତ୍ର ଲିକ୍ ଘଟଣାକୁ ନେଇ ସିବିଆଇ ମଧ୍ୟ ଏକ ଏଫଆଇଆର ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଛି । ସେପଟେ ଏହି ମାମଲାରେ ବିହାର ପୁଲିସ୍ ଆଜି ଝାଡଖଣ୍ଡରୁ ୬ ଜଣଙ୍କୁ ଗିରଫ କରିଛି । ଏହାକୁ ମିଶାଇ ଏହି ମାମଲାରେ ୧୩ ଜଣଙ୍କୁ ଗିରଫ କରାଗଲାଣି । Post navigation ରତ୍ନଭଣ୍ଡାର ଖୋଲିବାକୁ ନେଇ ପ୍ରତିକ୍ରିୟା ଦେଲେ ଆଇନ ମନ୍ତ୍ରୀ ନିଟ୍-ପିଜି ପ୍ରବେଶିକା ପରୀକ୍ଷା ସ୍ଥଗିତ