ଓଡ଼ିଶାରେ ଚାଲିଥିବା ସ୍ପେଶାଲ୍ ଇଣ୍ଟେନ୍ସିଭ୍ ରିଭିଜନ୍ (SIR) ଅର୍ଥାତ୍ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାରେ ୫୮ ଲକ୍ଷ ଲୋକଙ୍କୁ ଦିଆଯାଇଛି ନୋଟିସ୍ । ଏ ନେଇ ଆଜି ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍.ଏସ୍ ଗୋପାଳନ। ସେ କହିଛନ୍ତି ମ୍ୟାପିଂ ହୋଇ ନଥିବା ୧୨ ଲକ୍ଷ ଓ ତ୍ରୁଟି ପାଇଁ ୪୬ ଲକ୍ଷ ଲୋକଙ୍କୁ ଦିଆଯାଇଛି ନୋଟିସ୍ ।

ବିଏଲ୍‌ଓଙ୍କ ଦ୍ବାରା ଏହି ନୋଟିସ୍ ଜାରି କରାଯାଉଛି । ନୋଟିସ୍ ପାଇବା ପରେ ଉପସ୍ଥିତ ହେବା ବାଧ୍ୟତାମୂଳକ ନୁହେଁ । ଆବଶ୍ୟକ କାଗଜପତ୍ର ଦେଲେ ନିଜେ ଆସିବା ଦରକାର ନାହିଁ । ଯଦି ଆବଶ୍ୟକ ହେବ ଭିଡିଓ କଲ୍ କରି ERO ସେମାନଙ୍କ ଠାରୁ ବିବରଣୀ ନେବେ।

ଏହା ସହ ସେପ୍ଟେମ୍ବର ୨ରେ ସରିବ SIR ପ୍ରକ୍ରିୟା, ୬ରେ ଚୂଡ଼ାନ୍ତ ତାଲିକା । ଗତ ୫ରୁ ଏଯାବତ୍ ୨୬ ହଜାର ୭୪୫ଟି ଫର୍ମ ୬ ପାଇଛୁ ବୋଲି କହିଛନ୍ତି ସିଇଓ ଆର୍.ଏସ୍ ଗୋପାଳନ।

Leave a Reply

Your email address will not be published. Required fields are marked *