ଶନିବାର ସନ୍ଧ୍ୟାରେ ହଠାତ୍ ଆସିଥିବା କାଳବୈଶାଖୀ ଝଡ଼ ଭୁବନେଶ୍ୱର ଜନତା ମଇଦାନକୁ ଛାରଖାର କରିଦେଇଛି । କେବଳ କେଇ ମିନିଟ୍ର ପ୍ରବଳ ବର୍ଷା ଓ ପବନରେ ଅନ୍ତର୍ଜାତୀୟ ଟ୍ରେଡ୍ ଫେୟାର ପାଇଁ ନିର୍ମିତ ସମସ୍ତ ବ୍ୟବସ୍ଥା ଧ୍ବଂସ ହୋଇଯାଇଛି । ପ୍ରବଳ ବତାସ ସାଙ୍ଗକୁ ପାଗରେ ମେଘ ଘୋଟି ଆସିବା ମାତ୍ରେ ମଇଦାନରେ ନିର୍ମିତ ବିଶାଳ ଟେଣ୍ଟ ଭାଙ୍ଗି ପଡ଼ିଥିଲା । ଝଡ଼ରେ ପ୍ରାୟ ୨୫୦ଟି ଷ୍ଟଲ୍ ମାଟିରେ ମିଶିଯାଇଛି । ଅନ୍ତର୍ଜାତୀୟ ସ୍ତରରୁ ଆସିଥିବା ବ୍ୟବସାୟୀଙ୍କ ସାମଗ୍ରୀ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ପ୍ରାଥମିକ ଆକଳନ ଅନୁଯାୟୀ ଲକ୍ଷାଧିକ ଟଙ୍କାର କ୍ଷତି ହୋଇଥିବା ଅନୁମାନ କରାଯାଉଛି । କାଳବୈଶାଖୀ ପରେ ମଇଦାନ ଓ ଆଖପାଖ ଅଞ୍ଚଳରେ ଅନେକ ଗଛ ଉପୁଡ଼ି ପଡ଼ିଥିଲା । କେତେକ ଗଛ ରାସ୍ତା ଉପରେ ପଡ଼ି ଗାଡ଼ି ଚାପି ହୋଇଯାଇଥିଲା । ରାସ୍ତା ଅବରୋଧ ହେବା ପରେ ପ୍ରାୟ ୧୫ଟି ଅଗ୍ନିଶମ ଟିମ୍ ତୁରନ୍ତ ପହଞ୍ଚି ଗଛ କାଟି ରାସ୍ତା ସଫା କାମ ଆରମ୍ଭ କରିଥିଲେ । ସେଇଭଳି ଜୟଦେବ ବିହାରରେ ଗଛ ପଡ଼ି ୧୦ ଅଧିକ ଗାଡ଼ି ଚାପି ହୋଇଯାଇଛି । Post navigation Shreyas Iyer named India T20I Captain, IPL Sensation Vaibhav Sooryavanshi gets maiden India call