ବ୍ରହ୍ମପୁରରେ ତାଣ୍ଡବ ରଚିଲା କାଳବୈଶାଖୀ ବର୍ଷା । କାଳବୈଶାଖୀ ଯୋଗୁଁ ବିବିନ୍ନ ସ୍ଥାନରେ ଗଛ ଭାଙ୍ଗି ପଡ଼ିଛି । କେଉଁଠି ଗଛ ଭାଙ୍ଗିଯାଇଛି ତ ଆଉ କେଉଁଠି ଘରର ଆଜବେଷ୍ଟସ ଉଡିଯାଇଛି । ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ଗଛ କାଟି ରାସ୍ତା ସଫା କରିବା ପାଇଁ ଓଡ଼ିଶା ଅଗ୍ନିଶମ ସେବା କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି । ତେବେ ରାଜ୍ୟର ବର୍ଷା ପ୍ରଭାବିତ ଅଞ୍ଚଳର ସ୍ଥିତି ସମ୍ପର୍କରେ ରାଜ୍ୟ ସରକାରଙ୍କଠାରୁ କୌଣସି ଆନୁଷ୍ଠାନିକ ସୂଚନା ମିଳିପାରିନାହିଁ । Post navigation ନାରୀ ନିର୍ଯାତନାକୁ ବିରୋଧ କରି ୨୭ରେ ରାଜ୍ୟ କଂଗ୍ରେସ ପକ୍ଷରୁ ବିଧାନସଭା ଘେରାଉ କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସି ଖବର; ଡିସେମ୍ବର ୯ ରେ ବାରବାଟୀରେ ଅନ୍ତର୍ଜାତୀୟ ଟି-ଟ୍ୱେଣ୍ଟି ମ୍ୟାଚ୍