ଟ୍ରାଫିକ ପୋଷ୍ଟରୁ ହଟିବ ରେଡ ଲାଇଟ।ଏନେଇ ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର। ସେ କହିଛନ୍ତି ଲୋକଙ୍କୁ ଆଉ ଘଣ୍ଟା ଘଣ୍ଟା ଧରି ଟ୍ରାଫିକରେ ଅପେକ୍ଷା କରିବାକୁ ପଡ଼ିବନି। ଏଥିପାଇଁ ବିକଳ୍ପ ବ୍ୟବସ୍ଥା କରାଯିବ। ଓଭର ବ୍ରିଜ, ଆପ୍ରୋଚ ରୋଡ ପରି ବ୍ୟବସ୍ଥା କରାଯିବ। ଖୁବ୍ ଶୀଘ୍ର ଏ ନେଇ ବିଭାଗ ସ୍ତରୀୟ ଆଲୋଚନା କରାଯାଇ ନିଷ୍ପତ୍ତି ନିଆଯିବ।

ଆଉ ମଧ୍ୟ ସେ କହିଛନ୍ତି ଟ୍ବିନ୍‌ ସିଟିରେ ଚାଲୁ ରହିବ ଭୁବନେଶ୍ବର ମେଟ୍ରୋ ପ୍ରକଳ୍ପ କାମ। ରାଜ୍ୟ ବଜେଟ୍‌ ପରେ ଆବଶ୍ୟକ ପଡିଲେ କେନ୍ଦ୍ର ସରକାରଙ୍କ ସହଯୋଗ ନିଆଯିବ। ଡବଲ ଇଞ୍ଜିନ ସରକାର ନିଶ୍ଚିତ ଓଡ଼ିଶାକୁ ସହଯୋଗ କରିବେ କିଭଳି କାମ ତ୍ୱାରାନିତ୍ୱ ହେବ, ଖୁବଶୀଘ୍ର ଆଲୋଚନା ହେବ।

Leave a Reply

Your email address will not be published. Required fields are marked *