ଓଡ଼ିଶାରେ ଆଗୁଆ ପଞ୍ଚାୟତ ନିର୍ବାଚନ ନେଇ କଳ୍ପନାଜଳ୍ପନା ମଧ୍ୟରେ ଆଗୁଆ ହେବନି ପଞ୍ଚାୟତ ନିର୍ବାଚନ ବୋଲି ସ୍ପଷ୍ଟ ହୋଇଛି। ଫେବ୍ରୁଆରୀ ୨୦୨୭ ପୂର୍ବରୁ ରାଜ୍ୟରେ ହେବ ନାହିଁ ପଂଚାୟତ ନିର୍ବାଚନ। ଗୃହରେ ଲିଖିତ ଉତ୍ତର ରଖିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାୟକ। ନିର୍ଦ୍ଧାରିତ ସମୟରେ ପଞ୍ଚାୟତ ନିର୍ବାଚନ ହେବ ବୋଲି ପଞ୍ଚାୟତିରାଜ ମନ୍ତ୍ରୀ ସୂଚନା ଦେଇଛନ୍ତି।

କଂଗ୍ରେସ ବିଧାୟକ ତାରା ବାହିନୀପତିଙ୍କ ଦ୍ୱାରା ଉଠାଯାଇଥିବା ପ୍ରଶ୍ନର ଲିଖିତ ଉତ୍ତରରେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାୟକ ନିଶ୍ଚିତ କରିଛନ୍ତି ଯେ ବର୍ତ୍ତମାନ ସମୟରେ ବ୍ଲକ୍ ପଞ୍ଚାୟତ ପୁନର୍ଗଠନ କରିବା ପାଇଁ ପ୍ରଶାସନିକ ସ୍ତରରେ ନିଷ୍ପତି ନିଆଯାଇ ନାହିଁ । ଓଡ଼ିଶାରେ ପଞ୍ଚାୟତ ନିର୍ବାଚନ ନିର୍ଦ୍ଧାରିତ ସମୟ ଫେବ୍ରୁଆରୀ ୨୦୨୭ ପୂର୍ବରୁ କରାଯିବା ନିମନ୍ତେ ସରକାରଙ୍କ ଦ୍ବାରା କୌଣସି ନିଷ୍ପତ୍ତି ଗ୍ରହଣ କରାଯାଇନାହିଁ ।

ବର୍ତ୍ତମାନ ସମୟରେ ବ୍ଲକ ପଞ୍ଚାୟତ ପୁନର୍ଗଠନ କରିବା ପାଇଁ ପ୍ରଶାସନିକ ସ୍ତରରେ ନିଷ୍ପତି ନିଆଯାଇ ନାହିଁ । ଯେବେ, ସରକାର ବ୍ଲକ ଓ ପଞ୍ଚାୟତ ପୁନର୍ଗଠନ ପାଇଁ ନିଷ୍ପତି ନେବେ, ସେହି ସମୟରେ ପ୍ରଚଳିତ ନୀତି ନିୟମ ସମ୍ପର୍କୀତ ନିର୍ଦ୍ଦେଶାବଳୀ ଅନୁଯାୟୀ ବ୍ଲକ ଓ ପଞ୍ଚାୟତ ପୁନର୍ଗଠନ ପାଇଁ ଆସିଥିବା ପ୍ରସ୍ତାବ ଉପରେ ତର୍ଜମା କରି ନିଷ୍ପତି ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି ।

ଗତ ମାସରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ସୂଚାଇ ଦେଇଥିଲେ ଯେ ପଞ୍ଚାୟତ ନିର୍ବାଚନ ନିର୍ଦ୍ଧାରିତ ସମୟ ପୂର୍ବରୁ, ସମ୍ଭବତଃ ଜନଗଣନାର ଦୁଇରୁ ତିନି ମାସ ପୂର୍ବରୁ ଅନୁଷ୍ଠିତ ହୋଇପାରେ, ଏହା ପରେ ଗୃହରେ ମନ୍ତ୍ରୀଙ୍କ ଉତ୍ତର ରାଜ୍ୟରେ ଆଗୁଆ ଗ୍ରାମାଞ୍ଚଳ ନିର୍ବାଚନ ବିଷୟରେ କଳ୍ପନାଜଳ୍ପନା ଉପରେ ବିରାମ ଲଗାଇଥିଲା।

Leave a Reply

Your email address will not be published. Required fields are marked *