ଆଜି ୧୧ଟାରେ ଆସିବ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ବଜେଟ୍‌ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ସଂସଦରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍‌ ଉପସ୍ଥାପନ କରିବେ । ଏହା ହେବ ନରେନ୍ଦ୍ର ମୋଦୀ ସରକାରଙ୍କ ତୃତୀୟ ପାଳିର ପ୍ରଥମ ବଜେଟ୍‌ । ବଜେଟ୍‌ ପ୍ରସ୍ତାବକୁ ନେଇକଳ୍ପନାଜଳ୍ପନା ଆରମ୍ଭ ହୋଇଯାଇଛି । ତାକୁ ନେଇ ଅନେକଙ୍କ ମନରେ ବିଭିନ୍ନ ପ୍ରକାର ଆଶା ରହିଛି । ସାଧାରଣ ଲୋକଙ୍କ ଆଶା ଜୀବନ ଧାରଣର ମାନରେ ପରିବର୍ତ୍ତନ ଆଣୁ ବଜେଟ ବୋଲି ଚର୍ଚ୍ଚା ହେଉଛି ।

ବଜେଟ୍ ଉପସ୍ଥାପନ ପୂର୍ବରୁ ନିଜ ଟିମ୍‌ ସହ ରାଷ୍ଟ୍ରପତି ଭବନ ଯାଇ ରାଷ୍ଟ୍ରପତିଙ୍କୁ ଭେଟି ଅନୁମତି ନେଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ନିର୍ମଳାଙ୍କୁ ଦହି ଖୁଆଇ ଶୁଭକାମନା ଜଣାଇଲେ ମହାମହିମ ଦ୍ରୌପଦୀ ମୁର୍ମୁ । ପୁରା ଟିମକୁ ଧନ୍ୟବାଦ ଦେଇଛନ୍ତି  ।

ବେତନ ପ୍ରାପ୍ତ ଶ୍ରେଣୀ ଠାରୁ ଆରମ୍ଭ କରି ବରିଷ୍ଠ ନାଗରିକ, ବ୍ୟବସାୟ ଶ୍ରେଣୀ, ଛାତ୍ର ଇତ୍ୟାଦି ସମସ୍ତେ ବଜେଟ୍ ଉପରେ ଅଧିକ ଆଶା କରନ୍ତି । ତୃତୀୟ କାର୍ଯ୍ୟକାଳରେ ମୋଦି ସରକାରଙ୍କ ସମ୍ପୂର୍ଣ୍ଣ ଫୋକସ କୃଷି, ବେସରକାରୀ କ୍ଷେତ୍ର ଉପରେ ରହିବ କୁହାଯାଇଛି

Leave a Reply

Your email address will not be published. Required fields are marked *