ଏହା ସହ ଓଡ଼ିଶା ପାଇଁ ଖୁସିର ଖବର ଯେ, ପୂର୍ବତଟ ରେଳବାଇ ଅଧୀନରେ ରାୟଗଡ଼ାରେ ଏକ ନୂଆ ରେଳ ମଣ୍ଡଳ (Division) ସୃଷ୍ଟି କରାଯିବ। ପୂର୍ବତନ ୱାଲ୍ଟିୟର (Waltair) ମଣ୍ଡଳକୁ ଦୁଇ ଭାଗ କରାଯାଇ ଏହାର କିଛି ଅଂଶକୁ ରାୟଗଡ଼ା ମଣ୍ଡଳରେ ସାମିଲ କରାଯାଇଛି।

ଏହି ନୂଆ ମଣ୍ଡଳ ଅଧୀନରେ ପ୍ରାୟ ୯୨୬ ରୁଟ୍ କିଲୋମିଟର ଅଞ୍ଚଳ ରହିବ। ଏଥିରେ କୋରାପୁଟ-ସିଙ୍ଗାପୁର ରୋଡ୍, କୋଟାଭାଲାସା-କିରଣ୍ଡୁଲ୍ ଏବଂ ଗୁଣପୁର-ପାରଳାଖେମୁଣ୍ଡି ଭଳି ଗୁରୁତ୍ୱପୂର୍ଣ୍ଣ ରେଳପଥ ସ୍ଥାନ ପାଇଛି। ସେହିପରି ଖୋର୍ଦ୍ଧା ରୋଡ୍ ମଣ୍ଡଳର ପଲାସା-ଇଚ୍ଛାପୁରମ ମଧ୍ୟରେ ଥିବା ପ୍ରାୟ ୫୩ କିଲୋମିଟର ରେଳଖଣ୍ଡକୁ ବିଶାଖାପଟ୍ଟନମ ମଣ୍ଡଳକୁ ସ୍ଥାନାନ୍ତର କରାଯିବ।

ଏହି ନୂତନ ବ୍ୟବସ୍ଥା ଦ୍ୱାରା ଓଡ଼ିଶାର ଦକ୍ଷିଣ ଅଞ୍ଚଳରେ ରେଳ ଯୋଗାଯୋଗ ଆହୁରି ମଜବୁତ ହେବ ଏବଂ ପ୍ରଶାସନିକ କାର୍ଯ୍ୟ ପରିଚାଳନା ସହଜ ହେବ ବୋଲି ଆଶା କରାଯାଉଛି।