ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ନୂଆ ରାସନ କାର୍ଡ ବଣ୍ଟନ । ୨୪ରେ ନୂଆ ରାସନ କାର୍ଡ ବଣ୍ଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ପଞ୍ଚାୟତିରାଜ ଦିବସ ଅବସରରେ ରାଜ୍ୟରେ ବଣ୍ଟା ଯିବ ନୂଆ ରାସନ କାର୍ଡ । ପୁରୀରେ ପଞ୍ଚାୟତିରାଜ ଦିବସ ପାଳନ ବେଳେ ବଣ୍ଟନ କାର୍ଯ୍ୟକ୍ରମ । ୫ ଲକ୍ଷ ୯୦ ହଜାର ନୂଆ ହିତାଧିକାରୀ ରାସନ କାର୍ଡ ପାଇବେ। ଏ ନେଇ ଆଜି ଗଣମାଧ୍ୟମରେ ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ସେ କହିଛନ୍ତି ୨୪ରେ ଶୁଭାରମ୍ଭ ପରେ ରାଜ୍ୟରେ ପର୍ଯ୍ୟାୟକ୍ରମେ ୫ ଲକ୍ଷ ୯୦ ହଜାର ନୂଆ କାର୍ଡ ବାଣ୍ଟିବେ ସରକାର । ସେଥିପାଇଁ ଜିଲ୍ଲାପାଳମାନଙ୍କୁ ସୁଦ୍ଧା ନୂଆ କାର୍ଡ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। Post navigation ରାଜ୍ୟରେ ହେବନି ବିଦ୍ୟୁତ କାଟ; ନିର୍ଦ୍ଦେଶ ଦେଲେ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ପ୍ରକାଶ ପାଇଲା ୟୁପିଏସସି ସିଭିଲ୍ ସର୍ଭିସ୍ ରେଜଲ୍ଟ-୨୦୨୪; ୪୮ତମ ସ୍ଥାନରେ ଓଡ଼ିଶାର ରିତିକା ରଥ