ନିର୍ଭୟ ମିଡିଆ, ଭୁବନେଶ୍ୱର: ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକଙ୍କ ନିଷ୍ପତ୍ତିର ଔଚିତ୍ୟ ପ୍ରତିପାଦନ ପାଇଁ ପୁଣି ଏକ କାହାଣୀ ସଂରଚିତ ହୋଇଛି । ସଭାପତିଙ୍କ ଦସ୍ତଖତରେ ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ ଏବଂ ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ରଙ୍କୁ ଗୁରୁବାର ନିଲମ୍ବନ କରାଗଲା । ଦର୍ଶାଗଲା ଯେ ସେମାନେ ଦଳ ବିରୋଧୀ କାର୍ଯ୍ୟରେ ଲିପ୍ତ ଥିଲେ । ତୁରନ୍ତ କିଛି ନେତା କାହାଣୀକୁ ମୋଡ଼ ଦେବାକୁ ଚେଷ୍ଟା କଲେ । ପାଟକୁରାର ପୂର୍ବତନ ବିଧାୟକ ଅତନୁ ସବ୍ୟସାଚୀ ନାୟକ ଯେଉଁ କାହାଣୀ ବା ନେରେସନ ବଖାଣିଲେ, ସେଥିରେ ଦଳ ବିରୋଧୀ କୌଣସି ଅଭିଯୋଗ ନଥିଲା । ସେଥିରେ ଥିଲା ଦୁର୍ନୀତି ଓ ବିଶ୍ୱାସଘାତକତାର ଅଭିଯୋଗ । ଏହାପରେ ପୋଷା ଶୁଆ ପରି ଏହି କାହାଣୀକୁ ଆଗକୁ ବଢ଼ାଇବା ନେତାମାନଙ୍କ ଭିତରେ ଥିଲେ ବିଧାୟକ ଦିବ୍ୟଶଙ୍କର ମିଶ୍ର ଏବଂ ମୁଖପାତ୍ର ଲେନିନ୍ ମହାନ୍ତି । ସଭାପତି ନବୀନ ପଟନାୟକ କେବେ ବି ଦୁର୍ନୀତି ବରଦାସ୍ତ କରନ୍ତି ନାହିଁ ବୋଲି ମୁଖପାତ୍ର ଯୁକ୍ତି ମଧ୍ୟ ବାଢ଼ିଲେ । କିନ୍ତୁ ଯେତେବେଳେ ବ୍ରହ୍ମପୁରର ବିଜୁ ଜନତା ଦଳ ଉପସଭାପତି ହୃଷିକେଶ ପାଢ଼ୀଙ୍କ ଘରୁ ବିପୁଳ ଟଙ୍କା ଜବତ କଲା ଇଡି, ସେତେବେଳେ ଅନୁଗ୍ରହୀ ନେତାମାନେ ପୁରୁଣା ନେରେସନକୁ ବଦଳାଇବାକୁ ବାଧ୍ୟ ହେଲେ । ନୂଆ କାହାଣୀ ଆସିଲା ସାମ୍ନାକୁ । ଏହି କାହାଣୀର ଶୀର୍ଷକ ହେଲା ମିଡ୍ ଡେ ଅପରେସନ । ଅର୍ଥାତ ସନାତନ ଏବଂ ଅରବିନ୍ଦ ବିଜୁ ଜନତା ଦଳକୁ ଭାଙ୍ଗିବା ପାଇଁ ଦିନବେଳିଆ ଚକ୍ରାନ୍ତ କରୁଥିଲେ । ଏଥିପାଇଁ ଦୁଇମାସ ହେଲା ବିଜୁ ଜନତା ଦଳର ୩ଟି ୟୁନିଟ୍ ସେମାନଙ୍କ ଉପରେ ନଜର ରଖିଥିଲେ । ରେକର୍ଡ଼ିଂ, ବ୍ୟାକଅପ୍ ଓ ରିପୋର୍ଟିଂ । ଅର୍ଥାତ୍ ଲୋକମାନେ ଯେଭଳି ବିଶ୍ୱାସ କରିବେ ଯେ ଏହି ଦୁଇ ବିଧାୟକ ବିଜୁ ଜନତା ଦଳକୁ ଭାଙ୍ଗିଦେବାକୁ ଲାଗିଥିଲେ । କାହାଣୀଟି ଅତ୍ୟନ୍ତ ଦୁର୍ବଳ । ଚିତ୍ରନାଟ୍ୟଟି ଦ୍ୱନ୍ଦ୍ୱ ଘେରରେ । ତେଣୁ ଏହା ମଧ୍ୟ ବିଜୁ ଜନତା ଦଳ କର୍ମୀଙ୍କୁ ପ୍ରଭାବିତ କରିବ ନାହିଁ । ଅରବିନ୍ଦ ବାରମ୍ବାର ଚ୍ୟାଲେଞ୍ଜ କରିଆସୁଛନ୍ତି ଯେ ପ୍ରମାଣ କର । ପ୍ରଥମେ ଅତନୁଙ୍କୁ ଚ୍ୟାଲେଞ୍ଜ କଲେ ।(ଶେଷଭାଗ) ଦୁର୍ନୀତି ଓ ବିଶ୍ୱାସଘାତକତାର ପ୍ରମାଣ ଦିଅନ୍ତୁ ଅତନୁ । ଏବେ ଲେନିନ୍ଙ୍କୁ ଚ୍ୟାଲେଞ୍ଜ କରିଛନ୍ତି କାହାଣୀ ନକହି ମିଡ୍ ଡେ ଅପରେସନର ପ୍ରମାଣ ରଖନ୍ତୁ । ୨୦୧୨ ମେ ୨୯ ତାରିଖ ଏବଂ ୨୦୨୬ ଜାନୁଆରୀ ୧୫ ତାରିଖ ଭିତରେ ଆକାଶ-ପାତାଳ ପ୍ରଭେଦ । ସେତେବେଳେ ସହୀଦ ନଗର – ୧୧୧ରେ ରାଜନୈତିକ ହାଲ ହରକତ ଓଡ଼ିଶା ଦେଖିଥିଲା । ସ୍ୱସ୍ତି ହୋଟେଲରେ ଗହଳଚହଳ ମଧ୍ୟ ସମସ୍ତେ ଦେଖିଥିଲେ । ସେତେବେଳେ ପ୍ରଚାର ହେଲା ଯେ ନବୀନ ସରକାରଙ୍କୁ ଭାଙ୍ଗିବା ପାଇଁ ରାଜ୍ୟପାଳଙ୍କୁ ଚିଠି ଲେଖାଯାଇଛି । ଏହା ଏକ ନିରୁତା ମିଛ କାହାଣୀ ଥିଲା । ରାଜ୍ୟପାଳଙ୍କୁ କୌଣସି ଚିଠି ଲେଖାଗଲେ ଏହା ପ୍ରାମାଣିକତା ରାଜଭବନରେ ଉପଲବ୍ଧ ହୁଏ । କିନ୍ତୁ ସେତେବେଳେ ପ୍ୟାରୀ ବାବୁଙ୍କ ଉପରେ ଦଳର ବରିଷ୍ଠମାନେ ଅତ୍ୟନ୍ତ କ୍ଷୁବ୍ଧ ଥିଲେ । ପ୍ୟାରୀ ବି୍ରଗେଡ୍ ଉପରେ କର୍ମୀମାନେ ଅସନ୍ତୁଷ୍ଟ ଥିଲେ । ତେଣୁ ମିଛ କାହାଣୀକୁ ମଧ୍ୟ ଦଳୀୟ କର୍ମୀ ଓ ଲୋକମାନେ ଗ୍ରହଣ କରିଦେଲେ । ସେତେବେଳେ ପ୍ୟାରୀଙ୍କ ତଥାକଥିତ ଅଭିଯାନକୁ ମିଡ୍ ନାଇଟ୍ ଅପରେସନ ବୋଲି କୁହାଯାଉଥିଲା । ଯେଉଁମାନେ ସେହି ଅପରେସନରେ ଥିଲେ, ଏବେ ସେମାନେ ଅନୁଗ୍ରହୀ ଗୋଷ୍ଠୀ ସାଜିଛନ୍ତି । ଏବେ ନବୀନ ବାବୁ କ୍ଷମତାରେ ନାହାନ୍ତି । ୨ ଜଣ ବିଧାୟକ ୫୦ ଜଣିଆ ବିଜଦ ବିଧାୟକ ଦଳକୁ କେମିତି ଭାଙ୍ଗିପାରିବେ? ଯେଉଁମାନେ ଖୋଲାଖୋଲି ଭୋଜିଭାତ କରି ନେତୃତ୍ୱକୁ ପରୋକ୍ଷ ଚ୍ୟାଲେଞ୍ଜ ଦେଉଛନ୍ତି, ସେମାନଙ୍କ ବିରୋଧରେ କେଉଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ସଭାପତି? ସାଂସଦ ମୁନ୍ନା ଖାଁଙ୍କ ସମର୍ଥକମାନେ ନବୀନ ନିବାସରେ ପାଣ୍ଡିଆନଙ୍କ ବିରୋଧରେ ସ୍ଲୋଗାନ ଦେଲେ । ମୁନ୍ନା ଖାଁ ପ୍ରତିଷ୍ଠା ଦିବସରେ ପାଣ୍ଡିଆନଙ୍କୁ ଶୋଧିଲେ । ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ ପାଣ୍ଡିଆନଙ୍କୁ ପ୍ରଶଂସା କରି ଅନ୍ୟ ଯୁବନେତାମାନଙ୍କୁ ଧୋଇଲେ । ସଭାପତି ଭାବେ ନବୀନ ପଟନାୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିଲେ ନାହିଁ । ଗୁରୁବାର ଯେଉଁ ବିଧାୟକମାନଙ୍କୁ ଡାକି ସଭାପତି ପ୍ରାୟୋଜିତ ନାଟକ କଲେ, ସେତେବେଳେ ବଦି୍ର ପାତ୍ର ଏବଂ ଭୁପିନ୍ଦର ସିଂଙ୍କ ନାମ ମଧ୍ୟ କେତେଜଣ କହିଥିଲେ । ଏହି ଦୁଇଜଣ ମିଡ୍ ଡେ ଅପରେସନରେ ଥିଲେ କି? ଏହା ମଧ୍ୟ ସ୍ପଷ୍ଟ ହେବା ଉଚିତ । ଦଳ ଏବେ ମଝି ନଈରେ । ନବୀନଙ୍କ ଲୋକପି୍ରୟତା ନୂଆପଡ଼ାରେ ପରୀକ୍ଷିତ ହୋଇସାରିଛି । ଦୁଇଜଣ ବିଧାୟକଙ୍କୁ ଦଳରୁ ନିଲମ୍ବନ କରି ଦଳରେ ଶୃଙ୍ଖଳା ନବୀନ ରଖିପାରିବେ କି ନାହିଁ, ତାହା ଆଗାମୀ ଦିନରେ ସ୍ପଷ୍ଟ ହେବ । କିନ୍ତୁ ସନାତନ ଏବଂ ଅରବିନ୍ଦଙ୍କ ନିଲମ୍ବନ ଦଳ ଭିତରେ ଯେ ଭୟଙ୍କର ପ୍ରତିକି୍ରୟା ସୃଷ୍ଟି କରିଛି ଏଥିରେ ସନେ୍ଦହ ନାହିଁ । ତେଣୁ ନୂଆ କାହାଣୀ ବିଶେଷଭାବେ ଆଉ କର୍ମୀଙ୍କୁ ବୁଝାଇ ପାରିବ ନାହିଁ । ଦୁର୍ବଳ କାହାଣୀ ବରଂ ନବୀନ ବାବୁଙ୍କୁ ଆଗକୁ ଅଧିକ ଲୋକହସା କରିବ । Post navigation Kalahandi Ghumura Mahotsav: କଳାହାଣ୍ଡି ଘୁମୁରା ମହୋତ୍ସବ ୨୦୨୬ର ଉଦ୍ଯାପନୀ ଉତ୍ସବରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ Corruption, Traitor & Naveen: ଦୁର୍ନୀତି, ବିଶ୍ୱାସଘାତକ ଓ ନବୀନ ବାବୁ