ୱକଫ ବିଲ୍‌ରେ ବିଜେଡି ଭୋଟିଂକୁ ନେଇ ଝଡ଼ ଥମିବାର ନାମ ନେଉନି। ଜଣକ ପରେ ଜଣେ ବରିଷ୍ଠ ନେତା ଦଳର ସୁପ୍ରିମୋଙ୍କୁ ପ୍ରଶ୍ନ କରିବା ଆରମ୍ଭ କରିଦେଇଛନ୍ତି । ଏହି ମଧ୍ୟରେ ବରିଷ୍ଠ ବିଜେଡି ନେତା ପ୍ରଫୁଲ୍ଲ ଘଡ଼ାଇଙ୍କ ବିସ୍ଫୋରକ ବୟାନ ଏବେ ସାମ୍ନାକୁ ଆସିଛି । ୱକଫ୍‌ ବିଲକୁ ନେଇ କାହିଁକି ନିଷ୍ପତ୍ତି ବଦଳିଲା, କିଏ ବଦଳାଇଲା ତାହା ବିଜେଡ଼ି ସୁପ୍ରିମୋ ନବୀନ ସାମ୍ନାକୁ ଆସି ସ୍ପଷ୍ଟ କରିବା ଦରକାର ବୋଲି କହିଛନ୍ତି ପ୍ରଫୁଲ୍ଲ ଘଡ଼େଇ ।

ସେ କହିଛନ୍ତି ଯେ ରାଜ୍ୟସଭାର ସାଂସଦମାନଙ୍କୁ ନେଇ ବସିଥିବା ଦଳର ବୈଠକ ଓ ଇଫତାର ପାର୍ଟିରେ ବସିଥିଲା ୱକଫ୍ ବିଲ୍‌ ବିରୋଧ କରିବାକୁ ନିଷ୍ପତ୍ତି ହୋଇଥିଲା । କିନ୍ତୁ ବର୍ତ୍ତମାନ ନିଷ୍ପତ୍ତିରେ ପରିବର୍ତ୍ତନ ହୋଇଛି । ପ୍ରକୃଥ ଘଟଣା କଣ ହୋଇଛି, ଏହାର ଉତ୍ତର ଦେଇପାରିବେ ଦଳର ସଭାପତି ନବୀନ ବାବୁ । ବିଲ୍ ସମର୍ଥନରେ ବିଜେଡିର ନିଷ୍ପତ୍ତି କାହିଁକି ବଦଳିଲା, ଏନେଇ ନବୀନ ପଟ୍ଟନାୟକ ମୁହଁ ଖୋଲନ୍ତୁ । ଆକାଶରେ ଯେଉଁ ବାଦଲ ସୃଷ୍ଟି ହୋଇଛି ଏହାକୁ କେବେଳ ନବୀନ ହିଁ ଦୂର କରିପାରିବେ । ଅଧିକ ଦ୍ଵନ୍ଦ୍ଵ ନ ବଢ଼ାଇ ସ୍ପଷ୍ଟୀକରଣ ଦିଅନ୍ତୁ । ନବୀନ ପଟ୍ଟନାୟକ ସବୁ କଥା ଜାଣିଛନ୍ତି । କେଉଁ ପରିପ୍ରେକ୍ଷୀରେ ନିଷ୍ପତ୍ତି ବଦଳିଲା ବିଜେଡିକୁ ନେଇ ଅବିଶ୍ଵାସର ବାତାବରଣ ସୃଷ୍ଟି ହୋଇଛି । ବିଜେଡିରେ ବିଭ୍ରାନ୍ତ ସୃଷ୍ଟି ହୋଇଛି । ନବୀନ ଏ ବିଷୟରେ ଯଥା ଶୀଘ୍ର ସ୍ପଷ୍ଟୀକରଣ ଦେବା ଦରକାର ।

Leave a Reply

Your email address will not be published. Required fields are marked *