ଭୁବନେଶ୍ୱର  : ପୁଣି ନବୀନଙ୍କ ମିଛ ଭିଡିଓ ଅଭିଯୋଗ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଯେଉଁ ଭିଡିଓ ଜାରି କରୁଛି ତାକୁ ଡିପଫେକ ଭିଡିଓ ବୋଲି ସନ୍ଦେହ ପ୍ରକାଶ କରୁଛନ୍ତି ବିଜେପିର ନେତାମାନେ । ଆଜି ମୁଖ୍ୟମନ୍ତ୍ରୀଙ୍କ ସର୍ଟ ଭିଡିଓର ସତ୍ୟତା ଉପରେ ସେ ପ୍ରଶ୍ନ ଉଠାଇଛନ୍ତି ବରିଷ୍ଠ ବିଜେପି ନେତା ସମୀର ମହାନ୍ତି। ସେ କହିଛନ୍ତି ଯେ, ଯଦି ନବୀନ ବାବୁ କହୁଥାନ୍ତେ, ତାହେଲେ ସଭା ସମିତିରେ ବି କୁହନ୍ତେ । ସର୍ଟ ଭିଡିଓରେ ନବୀନ ବାବୁ କହିଛନ୍ତି ନା AI, ବୋଲି ପ୍ରଶ୍ନ କରିଛନ୍ତି ସମୀର ମହାନ୍ତି ।
ସମୀର ମହାନ୍ତି ଆହୁରି କହିଛନ୍ତି ଯେ, ନବୀନ ବାବୁ ସଭାରେ ଗୋଟିଏ ମିନିଟରେ ସ୍କ୍ରିପ୍ଟେଡ୍ ଲେଖା ପଢ଼ି ଦେଉଛନ୍ତି । ଶାରିରୀକ ଅସୁସ୍ଥତା ଯୋଗୁଁ ଏକଥା ସମ୍ଭବ ହୋଇ ପାରୁନି, ତାଙ୍କୁ ଯିଏ ରିମୋଟ୍ ଧରି ଚଳାଉଛନ୍ତି, ସେ ସବୁ ଜାଣିଛନ୍ତି । AI ମାଧ୍ୟମରେ ହେଉଛି ସବୁ କଥା କହିଲାବେଳ, ରତ୍ନଭଣ୍ଡାର ଚାବି ହଜିବାରେ ନବୀନ କାହିଁକି ଚୁପ୍ ରହୁଛନ୍ତି କଣ ପାଇଁ? ଖାଲ ସେତିକି ନୁହେଁ ତଦନ୍ତ କମିଶନ ରିପୋର୍ଟ କୁଆଡ଼େ ଗଲା?, ଓ ଧାନ ଏମଏସପି ନେଇ କାହିଁକି ନିରବ’ ରହିଛନ୍ତି ବୋଲି ସମୀର ମହାନ୍ତି ପ୍ରଶ୍ନ କରିଛନ୍ତି । ଗତ କାଲି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡ଼ା ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡା। ମୁଖ୍ୟମନ୍ତ୍ରୀଙ୍କ ଭିଡିଓର ସତ୍ୟତା ଉପରେ ପ୍ରଶ୍ନ କରିଥିଲେ ।

By SonaliP

Leave a Reply

Your email address will not be published. Required fields are marked *