ନିଜ ସ୍ବାସ୍ଥ୍ୟ ବିଷୟରେ ଅବଗତ କରାଇଲେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ । ସେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି, ବିରୋଧୀ ତାଙ୍କ ସ୍ବାସ୍ଥ୍ୟକୁ ନେଇ ଅପପ୍ରଚାର କରୁଥିବା କହିଛନ୍ତି ନବୀନ । ମିଛ କହିବାର ଗୋଟିଏ ସୀମା ଥାଏ, BJP ମିଛ କହିବାର ସବୁ ସୀମା ଟପିଗଲାଣି ବୋଲି ଖବର ସରବରାହ ସଂସ୍ଥା ANI କୁ କହିଛନ୍ତି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଁ ସମ୍ପୂର୍ଣ୍ଣ ସୁସ୍ଥ ଅଛି, ମାସେ ହେଲା ସାରା ରାଜ୍ୟରେ ବୁଲି ପ୍ରଚାର କରୁଛି କହିଛନ୍ତି। ମୁଖ୍ଯମନ୍ତ୍ରୀ ତାଙ୍କ ବିରୋଧରେ ମିଛ ପ୍ରଚାର ହେଉଛି କହିଛନ୍ତି ।

ସୂଚନା ଯୋଗ୍ୟ ଯେ, ଗତ କିଛି ଦିନ ହେବ ବିଭିନ୍ନ ଭିଡିଓ ଓ ଘଟଣା ବଳିକୁ ଦେଖି ମୁଖ୍ୟମନ୍ତ୍ରୀ ଠିକ୍ ନଥିବା ଓ ପାଣ୍ଡିଆନଙ୍କ କବଜାରେ ଥିବା ବିଜେପି ନେତାମାନେ କହିଆସୁଛନ୍ତି। ଏବଂ ମୁଖ୍ୟମନ୍ତ୍ରୀଙ୍କୁ ଉଦ୍ଧାର କରିବା ପାଇଁ ଆଜି ମଧ୍ୟ ଡିଜିପିଙ୍କୁ ଚିଠି ଲେଖେଛି ବିଜେପି।

 

By Nirvay

Leave a Reply

Your email address will not be published. Required fields are marked *