ମହାନଦୀକୁ ନେଇ ତେଜୁଛି ବିରୋଧି ଆଉ ଶାସନଦଳଙ୍କ ବୟାନ ବାଜି । ମହାନଦୀକୁ ନେଇ ସାଙ୍ଘାତିକ ବୟାନ ଦେଇଛନ୍ତି ବିଜେଡି ନେତା ପ୍ରସନ୍ନା ଆଚାର୍ଯ୍ୟ ସେ କହିଛନ୍ତି ମହାନଦୀ ଧିରେ ଧିରେ ଶୁଖିବାକୁ ଆରମ୍ଭ କଲାଣି । ମହାନଦୀ ଓଡ଼ିଶାରେ ଲୀନ ହେଇଯିବ । ମହାନଦୀ ଯୋଗୁଁ ଓଡ଼ିଶାରେ ପାଣି ସଂକଟ ଦେଖାଯିବା ସହ ଚାଷୀ ସମସ୍ୟା ଦେଖାଯିବ। ଏହା ସହ ଆର୍ଥିକ ଓ ସାମାଜିକ ସମସ୍ୟା ସୁଷ୍ଟି ହେବ। ଛତିଶଗଡର ଏକାଧିକ ବ୍ୟାରେଜ୍ ଏବଂ ଡ୍ୟାମ୍ ନିର୍ମାଣ ପରେ ଏଭଳି ପରିସ୍ଥିତି ଉପୁଜିଛି । ଆଗରୁ ବହୁତ ଥର ମହାନଦୀ ସମସ୍ୟା ନେଇ କେନ୍ଦ୍ର ସରକାର ଓ ଛତିଶଗଡ଼ ସରକାରଙ୍କ ସହ ଆଲୋଚନା ବାରମ୍ବାର କରିବା ପରେ ବି କିଛି ସମାଧାନ ହୋଇନାହିଁ। ଏବେ ଟ୍ରିପଲ ଇଞ୍ଜିନ ସରକାର ମହାନଦୀ ସମସ୍ୟାର ସମାଧାନ କରୁ । ଏହା ପରେ ମହାନଦୀ ପ୍ରସଙ୍ଗରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରି ଆଇନ ମନ୍ତ୍ରୀପୃଥ୍ବୀ ରାଜ ହରିଚନ୍ଦନ କହିଛନ୍ତି ମହାନଦୀ ସ୍ଥିତି ପାଇଁ ନବୀନ ଦାୟୀ । ୨୪ ବର୍ଷର ସରକାରଙ୍କୁ ଯଥେଷ୍ଟ ସମୟ ମିଳିଥିଲା ମହାନଦୀ ସମସ୍ୟାର ସମାଧାନ କରିବା ପାଇଁ । ମଧ୍ୟସ୍ଥତାକୁ ମନା କରି ନାଟକୀୟ ଢଙ୍ଗରେ ମାଠିଆ ବାଡ଼େଇଲେ । ରାଜ୍ୟ ସ୍ୱାର୍ଥ କଥା ସେମାନେ ସେତେବେଳେ ଭୁଲିଯାଇଥିଲେ । ଯଦି ଆଜି ମହାନଦୀର ଭାଗ୍ୟ ଅସିବିଧାକୁ ଯାଇଛି ସେଥିପାଇଁ ମୁଖ୍ୟ ଦାୟୀ ନବୀନ । ସମାଲୋଚନା କରି ଏଡାଇ ଯିବା ସରକାର ଆମର ନୁହେଁ । ଓଡ଼ିଶାର ସ୍ୱାର୍ଥ ପାଇଁ ଯାହା କରିବା କଥା ଆମେ କରିବୁ । Post navigation ନବୀନ ପଟ୍ଟନାୟକଙ୍କ ବିକୃତ ଫଟୋକୁ ନେଇ ରାଜନୀତିରେ ଝଡ଼; ନିନ୍ଦା କଲା ବିଜେଡି ୟୁପିଆଇ ପେମେଣ୍ଟ ଭାଙ୍ଗିଲା ସବୁ ରେକର୍ଡ; ୧୧ ମାସରେ ୨୨୩ ଲକ୍ଷ କୋଟି କାରବାର