ରାଜଗାଙ୍ଗପୁର ଲାଞ୍ଜିବେର୍ଣ୍ଣାରେ ନିଆଁରେ ଜଳି କଲେଜ ଛାତ୍ରୀ ପ୍ରାଣହରାଇବା ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଏହି ପରି ପରିସ୍ଥିତିରେ ପରିବାରବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଇବା ସହ ଛାତ୍ରୀଙ୍କ ଅମର ଆତ୍ମାର ସଦଗତି କାମନା କରିଛନ୍ତି ନବୀନ ପଟ୍ଟନାୟକ। ନବୀନ ପଟ୍ଟନାୟକ ଆଜି ନିଜ ସୋସିଆଲ ମିଡ଼ିଆରେ ଲେଖିଛନ୍ତି ରାଜଗାଙ୍ଗପୁର ଲାଞ୍ଜିବେର୍ଣ୍ଣାରେ ନିଆଁରେ ଜଳି କଲେଜ ଛାତ୍ରୀ ପ୍ରାଣହରାଇବା ଘଟଣା ଅତ୍ୟନ୍ତ ହୃଦୟବିଦାରକ। ଏପରି ଦୁଃଖଦ ସମୟରେ ପରିବାରବର୍ଗଙ୍କ ପ୍ରତି ମୋର ଗଭୀର ସମବେଦନା ଜଣାଇବା ସହ ଛାତ୍ରୀଙ୍କ ଅମର ଆତ୍ମାର ସଦଗତି କାମନା କରୁଛି। ସେ ଆଉ ମଧ୍ୟ କହିଛନ୍ତି ଛାତ୍ରୀଙ୍କୁ ଜୀବନରୁ ମାରିଦେବା ପାଇଁ ପୂର୍ବରୁ ଧମକ ମିଳିଥିବା ନେଇ ପରିବାର ଲୋକେ କହିବା ପରେ ବି ସରକାରଙ୍କ ନିଷ୍କ୍ରିୟତା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି। ସରକାର କେତେ ଆଉ ନିରୀହ ଜୀବନ ଏପରି ଜଳିବାକୁ ଛାଡ଼ିଦେବେ? ଓଡ଼ିଶାରେ ବଢୁଥିବା ଏହିପରି ଘଟଣାକୁ ରୋକିବା ଦିଗରେ ସରକାରଙ୍କ ଉଦାସୀନତା ଅପରାଧୀଙ୍କ ସାହସ ବଢ଼ାଉଛି। ଲୋକେ ଅସୁରକ୍ଷିତ ହେଉଛନ୍ତି, ଅପରାଧୀମାନେ ଖୁଲମଖୋଲା ବୁଲୁଛନ୍ତି। ସରକାର ସୁରକ୍ଷା କାହାକୁ ଦେଉଛନ୍ତି? ରାଜ୍ୟରେ ଆଇନଶୃଙ୍ଖଳା ବ୍ୟବସ୍ଥା ସଜାଡ଼ିବା ଦିଗରେ ସରକାର କଠୋର ହୁଅନ୍ତୁ। ଲୋକଙ୍କୁ ନ୍ୟାୟ ମିଳୁ, ଅପରାଧୀଙ୍କ ଉପରେ ତୁରନ୍ତ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି କହିଛନ୍ତି ନବୀନ ପଟ୍ଟନାୟକ। ସୂଚନା ଯୋଗ୍ୟ; ନିଆଁରେ ପୋଡ଼ି ରାଜଗାଙ୍ଗପୁର ଲାଞ୍ଜିବେରନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ ହୋଇଛି। ରାଉରକେଲା ସ୍ଥିତ ଇସ୍ପାତ ଜେନେରାଲ ହସ୍ପିଟାଲରେ ଯୁକ୍ତତିନି ଛାତ୍ରୀଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । ବାରମ୍ବାର ଜଣେ ୨୫ ବର୍ଷୀୟ ଯୁବକ ତାଙ୍କୁ ବ୍ଲାକମେଲ୍ କରିଥିଲେ । ଶେଷରେ କିଛି ଉପାୟ ନପାଇ ନାବାଳିକା ଜଣଙ୍କ ପଟ୍ରୋଲ ଢାଳି ନିଜ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଏହାପରେ ନାବାଳିକାଙ୍କୁ ଗୁରୁତର ଅବସ୍ଥାରେ ରାଉରକେଲା ଇସ୍ପାତ ଜେନେରାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଖବର ପାଇ ଓଡ଼ିଶାର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗ ରବିବାର IGH ପରିଦର୍ଶନ କରିଥିଲେ ଏବଂ ତାଙ୍କୁ ଉନ୍ନତ ଚିକିତ୍ସା ପାଇଁ AIIMS ଭୁବନେଶ୍ୱରକୁ ଏୟାରଲିଫ୍ଟ କରିବାକୁ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଏହା ପୂର୍ବରୁ ପୀଡ଼ିତା ଜଣଙ୍କ ଆଖି ବୁଜିଦେଇଥିଲେ । Post navigation Government Employees Arrested: ଦେଢ଼ ବର୍ଷରେ ୨୦ ଜଣ ପୋଲିସ ଅଧିକାରୀଙ୍କୁ ବାନ୍ଧିଛି ଭିଜିଲାନ୍ସ: ମୁଖ୍ୟମନ୍ତ୍ରୀ ମୋହନ ମାଝୀ