ଦିଲ୍ଲୀ ପରେ ଭୁବନେଶ୍ୱରରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଇସ୍ତଫା ଦେବା ଉଚିତ ମନ୍ତବ୍ୟ ଦୋହରାଇଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଏହା ସହ ପରୀକ୍ଷା ବିବାଦକୁ ନେଇ ସାରା ଦେଶରେ ଆନ୍ଦୋଳନ ଚାଲିଥିବା ବେଳେ ଓଡ଼ିଶାରେ ମଧ୍ୟ ଆନ୍ଦୋଳନର ସଙ୍କେତ ଦେଇଛନ୍ତି ନବୀନ । ଦିଲ୍ଲୀରୁ ଭୁବନେଶ୍ବର ଫେରିବା ପରେ ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ନିଟ୍ ପ୍ରଶ୍ନପତ୍ର ଲିକ୍ ଘଟଣାକୁ ନେଇ କେନ୍ଦ୍ର ସରକାରଙ୍କୁ କଡ଼ା ସମାଲୋଚନା କରି କହିଛନ୍ତି ଗତକାଲି କହିସାରିଛି ଆନ୍ଦୋଳନ ସାରା ଦେଶରେ ଚାଲିଛି । ଆମେ ଓଡ଼ିଶାରେ ବି ଆନ୍ଦୋଳନ କରୁଛୁ । ଆଗକୁ ବି ବିଜେଡି ଓଡ଼ିଶାରେ ଆନ୍ଦୋଳନ କରିବ । କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଭାରତ ବର୍ଷର ସମସ୍ତେ ଚାହୁଁଛନ୍ତି । କେବଳ ଦେଶ ନୁହେଁ ବିଦେଶରେ ବି ଆନ୍ଦୋଳନ ଦେଖିବାକୁ ମିଳିଛି । ସେ ଆଉ ମଧ୍ୟ କହିଛନ୍ତି ଆମ ଦେଶରେ ଛାତ୍ରମାନଙ୍କ ଉପରେ ପୋଲିସର ଏହିପରି ହିଂସାକାଣ୍ଡକୁ ନେଇ ସମସ୍ତେ ଚକିତ । ଏହା ସନ ସଂସଦର ବିରୋଧୀଦଳ ନେତା ଓ ଅନ୍ୟ ସିନିୟର ନେତାଙ୍କୁ ରଫ୍ ବ୍ୟବହାର ହୋଇଛି । ପୋଲିସ ଯେଉଁଭଳି ରଫ୍ ବ୍ୟବହାର କଲା ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । Post navigation ECoR Deploys AI Robot: ପୂର୍ବ ତଟ ରେଳପଥରେ ଯୋଡ଼ି ହେଲା AI ରୋବୋଟିକ ସେବା Rama Devi Death Anniversary: ବିଧାନସଭା ପରିସରରେ ପାଳନ ହେଲା ରମାଦେବୀଙ୍କ ଶ୍ରାଦ୍ଧ ଦିବସ