ରାଜ୍ୟରେ କ୍ଷମତାସୀନ ବିଜେଡିକୁ ଶକ୍ତ ଧକ୍କା ଲାଗିଛି । କଣ୍ଟାବାଞ୍ଜି ବିଧାନସଭା କ୍ଷେତ୍ରରେ ବିଜେଡି ସୁପ୍ରିମୋ ଏବଂ ବିଜେଡିର ସଭାପତି ତଥା ବିଜେଡି ପ୍ରାର୍ଥୀ ନବୀନ ପଟ୍ଟନାୟକ ପରାସ୍ତ ହୋଇଛନ୍ତି। ଏହି ନିର୍ବାଚନ କ୍ଷେତ୍ରରେ ବିଜେପି ପ୍ରାର୍ଥୀ ଲକ୍ଷ୍ମଣ ବାଗ ବିଜୟୀ ହୋଇଛନ୍ତି।

 

ବିଜେଡି ପ୍ରାର୍ଥୀ ନବୀନ ପଟ୍ଟନାୟକଙ୍କଠାରୁ ବିଜେପି ପ୍ରାର୍ଥୀ ଲକ୍ଷ୍ମଣ ବାଗ ୩୨୮୩ ଖଣ୍ଡ ଭୋଟରେ ବିଜୟୀ ହୋଇଛନ୍ତି। ଲକ୍ଷ୍ମଣ ବାଗଙ୍କୁ ମୋଟ ୪୪, ୪୨୪ ଖଣ୍ଡ ମିଳିଥିବାବେଳେ କଣ୍ଟାବାଞ୍ଜି ବିଧାନସଭା କ୍ଷେତ୍ରରେ ନବୀନ ପଟ୍ଟନାୟକ ଦ୍ଵିତୀୟ ସ୍ଥାନରେ ରହିଛନ୍ତି ଓ ତାଙ୍କୁ ୪୧,୧୪୧ ଖଣ୍ଡ ଭୋଟ ମିଳିଛି। ଏଠାରେ କଂଗ୍ରେସ ପ୍ରାର୍ଥୀ ସନ୍ତୋଷ ସିଂହ ସାଲୁଜା ତୃତୀୟ ସ୍ଥାନରେ ରହିଛନ୍ତି ଏବଂ ତାଙ୍କୁ ୧୪,୪୪୭ ଖଣ୍ଡ ଭୋଟ ମିଳିଛି। ୨୦୨୪ ନିର୍ବାଚନରେ ବିଜେପି ଏକପ୍ରକାର ବାଜିମାତ କରିଛି। ଭୁଶୁଡୁଛି ବିଜେଡ଼ି ଗଡ଼। ରେକର୍ଡରୁ ଅଳ୍ପକେ ବର୍ତ୍ତିଲେ ନବୀନ। ଏହି ନିର୍ବାଚନ ଜିତିଥିଲେ ମୋଟ ୬ଥର ପାଇଁ ସେ ମୁଖ୍ୟମନ୍ତ୍ରୀ ହୋଇଥାନ୍ତେ। ଯାହାକି ସାରା ଦେଶରେ ରେକର୍ଡ ହୋଇଥାନ୍ତା।

By SonaliP

Leave a Reply

Your email address will not be published. Required fields are marked *