ବାଲେଶ୍ୱର ଫକୀର ମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟ ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ଆତ୍ମଦାହ ଘଟଣାରେ ଆଜି ବିଜୁ ଜନତା ଦଳ ପକ୍ଷରୁ ଲୋକସେବା ଭବନ ଘେରାଉ ଡାକରା ଦିଆଯାଇଥିଲା । ଏଥିରେ ବିଜେଡି ର ହଜାର ହଜାର କର୍ମୀ ଶାନ୍ତିପୂର୍ଣ୍ଣ ଭାବରେ ଲୋୟାର ପିଏମଜି ଠାରେ ସୌମ୍ୟାଶ୍ରୀଙ୍କୁ ନ୍ୟାୟ ଦାବି ରେ ପ୍ରତିବାଦ କରୁଥିବା ବେଳେ ସେମାନଙ୍କ ଉପରେ ପୋଲିସର ନିର୍ମମ ଓ ଅମାନୁଷିକ ଆକ୍ରମଣକୁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କଡା ଭାଷାରେ ନିନ୍ଦା କରିଛନ୍ତି । ଶାନ୍ତିପୂର୍ଣ୍ଣ ଆନ୍ଦୋଳନକାରୀଙ୍କ ଉପରେ ପୋଲିସର ଏଭଳି ଅତ୍ୟାଚାରକୁ ପଟ୍ଟନାୟକ ବର୍ବୋରୋଚିତ ବୋଲି ବର୍ଣ୍ଣନା କରିଛନ୍ତି । ବହୁ ବିଜେଡି କର୍ମୀ ଓ ସାଧାରଣ ଲୋକ ପୋଲିସ ଆକ୍ରମଣରେ ଆହତ ହେବା ଖବରରେ ନବୀନ ଉଦବେଗ ପ୍ରକାଶ କରିଛନ୍ତି । ପୋଲିସ ଆକ୍ରମଣ ରେ ଆହତ ସାଂସଦ ସୁଲତା ଦେଓ, ପୂର୍ବତନ ମନ୍ତ୍ରୀ ପ୍ରଣବ ପ୍ରକାଶ ଦାସ ଓ ପ୍ରୀତିରଞ୍ଜନ ଘଡ଼ାଇ ଙ୍କ ସହ ନବୀନ ପଟ୍ଟନାୟକ ଫୋନ୍ ଯୋଗେ କଥା ହୋଇ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ ଓ ଆଶୁ ଆରୋଗ୍ୟ କାମନା କରିଥିଲେ । Post navigation ସୌମ୍ୟାଶ୍ରୀଙ୍କ ପରିବାର ସହ କଥା ହେଲେ ରାହୁଲ; ଓଡ଼ିଶାରେ ଅଳକା ଲାମ୍ବା ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା: ବାଣୀବିହାରରେ ଏବିଭିପିର ବିକ୍ଷୋଭ ପ୍ରଦର୍ଶନ