ସିପିଆଇ ନେତା ତଥା ପୂର୍ବତନ ଛତ୍ରପୁର ବିଧାୟକ ନାରାୟଣ ରେଡ୍ଡୀଙ୍କୁ ହାଇକୋର୍ଟରୁ ମିଳିଲା ଅନ୍ତରୀଣ ଜାମିନ। ତାଙ୍କ ସହ ଏନ୍ ଦିଲ୍ଲୀପ କୁମାର ରେଡ୍ଡୀ, ଡି. କାମରାଜୁ ବର୍ମାଙ୍କୁ ମଧ୍ୟ ଜାମିନ ପ୍ରଦାନ କରିଛନ୍ତି କୋର୍ଟ। ସମସ୍ତଙ୍କୁ ୮ସପ୍ତାହ ପାଇଁ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି ହାଇକୋର୍ଟ। ଜାମିନ ପାଇବା ପରେ ଆଜି ସନ୍ଧ୍ୟାରେ ସେମାନେ ବ୍ରହ୍ମପୁର ଜେଲରୁ ବାହାରିଛନ୍ତି।

ଟାଟା ଜମି ଅଧିଗ୍ରହଣ ବେଳେ ୧୯୯୮ରେ ଗଞ୍ଜାମ ପୋଲିସ ଜିଲ୍ଲାର ତତ୍କାଳୀନ ରିଜର୍ଭ ଇନ୍ସପେକ୍ଟର ବିନୟ ମେହେରଙ୍କ ବୋମାମାଡ଼ରେ ମୃତ୍ୟ ହୋଇଥିଲା। ଏଥିରେ ପୋଲିସ ରିଜର୍ଭ ଇନ୍ସପେକ୍ଟର ବିନୋଦ ମେହେରଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣାରେ ନାରାୟଣ ରେଡ୍ଡୀଙ୍କ ସହ ୨୨ ଜଣଙ୍କ ନାଁରେ ମାମଲା ହୋଇଥିଲା। ଗତ ଜୁଲାଇ ମାସରେ ବ୍ରହ୍ମପୁର ଏଡିଜେ-୩ କୋର୍ଟ ଏହି ମାମଲାରେ ସମସ୍ତ ୨୨ ଜଣଙ୍କୁ ଆଜୀବନ ଜେଲ୍‌ ଦଣ୍ଡାଦେଶ ଶୁଣାଇଥିଲେ। ତେବେ ଏହି ରାୟ ଆସିଲା ବେଳକୁ ୯ ଜଣଙ୍କ ମୃତ୍ୟୁ ଘଟିସାରିଥିଲା। ତେଣୁ ବାକି ୧୩ ଜଣଙ୍କୁ ବ୍ରହ୍ମପୁର ଜେଲ୍‌ ନିଆଯାଇଥିଲା। ଛତ୍ରପୁରର ପୂର୍ବତନ ବିଧାୟକ ନାରାୟଣ ରେଡ୍ଡୀଙ୍କ ସମେତ ଆଉ ୨ ଜଣ ଜାମିନ ପାଇ ଜେଲ୍‌ରୁ ବାହାରିଛନ୍ତି।

By Nirvay

Leave a Reply

Your email address will not be published. Required fields are marked *