ନନ୍ଦନକାନନ ରୋପ୍‌ୱେରେ ଗୋଟିଏ ବିଚିତ୍ର ଦୃଶ୍ୟ ଦେଖିବାକୁ ମିଳିଥିଲା। ‌ରୋପ୍‌ ହଠାତ୍‌ ଅତ୍ୟଧିକ ଝୁଲିପଡ଼ିବାରୁ ସେଥିରେ ଲାଗିଥିବା ୬ଟି ଯାକ କ୍ୟାବିନ୍‌ କାଞ୍ଜିଆ ହ୍ରଦ ପାଣି ଭିତରକୁ ଖସିପଡ଼ିଥିଲା। ସୌଭାଗ୍ୟକୁ ସେତେବେଳେ କ୍ୟାବିନ୍‌ଗୁଡ଼ିକରେ କେହି ପର୍ଯ୍ୟଟକ ନଥିବାରୁ ବଡ଼ଧରଣର ଅଘଟଣ ଟଳିଯାଇଥିଲା। କୌଣସି ଏକ ଯାନ୍ତ୍ରିକ ତ୍ରୁଟି କାରଣରୁ ଏପରି ଘଟିଥିବା କୁହା ଯାଉଛି। ତେବେ ଏହି ଖବରକୁ ନନ୍ଦନକାନନ କର୍ତ୍ତୃପକ୍ଷ ଖଣ୍ଡନ କରିଛନ୍ତି। ନିୟମିତ ବ୍ୟବଧାନରେ ହେଉଥିବା ମରାମତି କାମ ପାଇଁ ଆଜି ରୋପ୍‌ୱେ ବନ୍ଦ ଥିଲା ବୋଲି କର୍ତ୍ତୃପକ୍ଷ ସଫେଇ ଦେଇଛନ୍ତି। ଆଜି ଦିନତମାମ ପର୍ଯ୍ୟଟକମାନେ ରୋପ୍‌ୱେ’ର ମଜା ନେଇ ନପାରି ହତାଶ ହୋଇଥିବା ଦେଖା ଯାଇଥିଲା।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *