ଖଣି ଅଞ୍ଚଳର ବିକାଶ, ଖଣି କାର୍ଯ୍ୟ ପାଇଁ ପ୍ରଭାବିତ ହେଉଥିବା ଲୋକେ,ସେଠାକାର ଭିତ୍ତିଭୂମି ବିକାଶ ସହ ସ୍ଥାନୀୟ ବାସିନ୍ଦାଙ୍କ ଜୀବନ ଧାରଣ ମାନରେ ଉନ୍ନତି ଆଣିବା ପାଇଁ ଗଠନ ହୋଇଛି ଜିଲା ଖଣିଜ ପ୍ରତିଷ୍ଠାନ (ଡିଏମଏଫ)। ଦେଶର ୨୩ଟି ରାଜ୍ୟର ୬୪୫ ଜିଲାରେ ଡିଏମଏଫ୍ ସ୍ଥାପନ ହୋଇଛି । ଓଡ଼ିଶାରେ ଗତ କିଛିବର୍ଷ ଧରି ଡିଏମଏଫ୍ ପାଣ୍ଠିର କେଳେଙ୍କାରୀ ଆସିଛି ସାମ୍ନାକୁ । ଖଣି ପ୍ରଭାବିତ ଅଞ୍ଚଳର ଲୋକଙ୍କ ସାସ୍ଥ୍ୟ ସୁବିଧା, ଭିତ୍ତିଭୂମିର ବିକାଶ ପାଇଁ ଏହି ଅର୍ଥ ବିନିଯୋଗ ହେବାକୁ ଥିଲା ବେଳେ ରାଜ୍ୟ ସରକାର ଏହି ଅର୍ଥକୁ ହରିଲୁଟ୍ କରିଛନ୍ତି। ଏହି ଅର୍ଥ ଅନ୍ୟ ବାବଦରେ ଖର୍ଚ୍ଚର ଅଭିଯୋଗ ଆସିଛି । ସୁନ୍ଦରଗଡ ହେଉ କିମ୍ବା ଅନୂକୂଳ ଜିଲାରେ ନବୀନ ସରକାର ଅମଳରେ ଡିଏମଏଫ ଫଣ୍ଡର ଦୂରୂପଯୋଗ ସାମ୍ନାକୁ ଆସିଥିଲା ବେଳେ ସରକାର ଏବଂ ଖଣି କର୍ତ୍ତୃପକ୍ଷଙ୍କ ସଲାସୁତରାରେ ଏହା ଚାଲିଥିବା ଅଭିଯୋଗ ହୋଇଛି । ଯାହାର ଏକ ଜ୍ଵଳନ୍ତ ଉଦାହରଣ ହେଉଛି ପଟ୍ଟାଙ୍ଗୀ ଅଞ୍ଚଳ। ଅଭିଯୋଗ ଓ ସୂଚନା ଅନୁସାରେ ଏହି ଅଞ୍ଚଳର ବିକାଶ ପାଇଁ ନାଲକୋ କର୍ଷ ପକ୍ଷ କମ୍ପାନୀ ସାମାଜିକ ଦାୟିତ୍ବବୋଧତା (ସିଏସଆର) ବାବଦରେ ୩୦୦କୋଟି ଖର୍ଚ କରିବାର ଘୋଷଣା କରିଥିଲେ । ୨୦୧୫ରେ ଏହି ଘୋଷଣା ହୋଇଥିଲେ ମଧ୍ୟ ପଟ୍ଟାଙ୍ଗୀ ଖଣି ଦାମନଯୋଡି ଅଞ୍ଚଳରେ ୩୦୦ କୋଟିରୁ ଟଙ୍କାଟିଏ ବି ଖର୍ଚ ହୋଇନାହିଁ । ୨୦୧୫ରେ ହୋଇଥିବା ଚୁକ୍ତିନାମା ସମୟରେ ସିଏମ୍ଡି ଥିଲେ ତପନ ଚାନ୍ଦ । ଶ୍ରୀ ଚାନ୍ଦ ଅବସର ପରେ ବେଦାନ୍ତରେ ଯୋଗ ଦେଇଥିଲେ । ଏବେ ସେ ଭାଜପାରେ ସାମିଲ ହୋଇଛନ୍ତି । ଶ୍ରୀ ଚାନ୍ଦଙ୍କ ଅବସର ପରେ ବର୍ତ୍ତମାନର ନାଲକୋ ସିଏମଡି ଓ କିଛି ବରିଷ୍ଠ ଅଧିକାରୀ ପୂଞ୍ଜିଗତ ବ୍ୟୟ ଦେଖାଇବା ପାଇଁ ଏହି ଅର୍ଥ ଖର୍ଚ ହୋଇଥିବାର ରିପୋର୍ଟ ଦେଇଛନ୍ତି । ସବୁଠୁ ବଡ଼ କଥା ହେଲା ପଟ୍ଟାଙ୍ଗୀ ଖଣି ଅଞ୍ଚଳରେ ଟଙ୍କାଟିଏ ବି ଖର୍ଚ ନକରି ନାଲକୋ ସିଏମଡି, କେନ୍ଦ୍ର ଖଣି ମନ୍ତ୍ରଣାଳୟର କିଛି ଅକାରୀ ଦକ୍ଷିଣୀ କମ୍ପାନୀ ମୈତ୍ରୀକୁ ପଟ୍ଟାଙ୍ଗୀ ଖଣି ଟେକି ଦେବାର ଏକ ପ୍ରକାର ନିଷ୍ପତ୍ତି ନେଇଛନ୍ତି । ଦକ୍ଷିଣୀ କମ୍ପାନୀ ମୈତ୍ରୀ ସହ ବେଦାନ୍ତର ସମ୍ପର୍କ ବେଶ୍ ଘନିଷ୍ଠ । ପୂର୍ବ ସିଏମ୍ଡି ଚାନ୍ଦ ବେଦାନ୍ତରେ କାର୍ଯ୍ୟ କରିଛନ୍ତି । ଏହାପରେ ନୂଆ ସିଏମ୍ ଡି ଏହି । ଦକ୍ଷିଣୀ କମ୍ପାନୀ ସହ ଯେଉଁ ଘନିଷ୍ଠତା ଦେଖାଇଛନ୍ତି ତାହା ଏକପ୍ରକାର । ବୁଝାଉଛି ଯେ ଏହା ଏକ ସତନ୍ତ୍ର ଧାରା । ଅନୁସାରେ ଦୀର୍ଘବର୍ଷରୁ ଚାଲିଆସୁଛି । ଏହି କ୍ରମରେ ଆସନ୍ତା ୨୨ରେ ଏଠାରେ । ଭୂମି ପୂଜାର ଆୟୋଜନ କରାଯାଉଛି। ଖଣି ରାଷ୍ଟ୍ରମନ୍ତ୍ରୀ ଏହି ଉତ୍ସବରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଯେଉଁ ଖଣିକୁ ଦକ୍ଷିଣୀ କମ୍ପାନୀକୁ ଟେକା ଯିବା ପାଇଁ ଯୋଜନା ଚାଲିଛି ସେହି ଖଣି ପାଇଁ । ଡିପିଆର୍ ପ୍ରସ୍ତୁତ ହୋଇନାହିଁ କି ଖଣି । ଆବଶ୍ୟକୀୟ ଅନୁମତି ମଧ୍ୟ ହାସଲ । କରି ନାହିଁ । ଟେଣ୍ଟର ମଧ୍ୟ ଜାରି । କରାଯାଇନାହିଁ । ୨୦୧୫ରେ ନାଲକୋ ଓଡି଼ଶା ସରକାରଙ୍କ ସହ ଏକ ବୁଝାମଣା ସାକ୍ଷର କରିଥିଲା । ବାର୍ଷିକ ସିଆରଏସ୍ ଖର୍ଚ ସହ ପଟାଙ୍ଗୀ ଖଣି/ଦାମନଯୋଡି ଅଞ୍ଚଳରେ ୩୦୦ କୋଟି ଅତିରିକ୍ତ ଖର୍ଚ୍ଚ କରାଯିବାର ପ୍ରତିବଦ୍ଧତା ଜାହିର କରିଥିଲା ନାଲକୋ । ଅନୁଗୁଳ କ୍ଷେତ୍ରରେ ମଧ୍ୟ କିଛି ଅର୍ଥ ବିନିଯୋଗର ପ୍ରସ୍ତାବ ଥିଲା । ତେବେ ଅନୁଗୁଳ ଏବଂ ରାଜ୍ୟର ଅନ୍ୟ ସ୍ଥାନରେ ବିଜୁ ଜନତା ଦଳର ନେତାଙ୍କ ଚାପ କାରଣରୁ କମ୍ପାନୀ ୨୦୨୦ ସୁଦ୍ଧା ୧୨୪ କୋଟି ଟଙ୍କା ଖର୍ଜ କରିଛି ଏହି ୩୦୦କୋଟିରୁ । ଏଥିରେ ଭୁବନେଶ୍ଵର ୱାଟରକୋର୍ଟ କମ୍ପ୍ଲେକ୍ସ ମଧ୍ଯ ରହିଛି ବୋଲି ଅଭିଯୋଗ ହୋଇଛି । ମୂଳ ଉଦ୍ଦେଶ୍ୟ ଆଦିବାସୀ ଅଦୂଷିତ ପଟ୍ଟାଙ୍ଗୀ ଅଞ୍ଚଳର ବିକାଶ ପାଇଁ ଏହି ଅର୍ଥ ବିନିଯୋଗ ହେବାର ଥିଲା ବେଳେ ଟଙ୍କାଟିଏ କିନ୍ତୁ ଏଠି ଖର୍ଚ ହୋଇନାହିଁ ବରଂ ବଳକା ୧୭୬ କାଟି ଟଙ୍କାକୁ ୨୦୨୦-୨୧ରେ ନାଲକୋର ସିଏମଡି ଶ୍ରୀଧର ପାତ୍ର ଚାନ୍ଦା ଆକାରରେ ବିଜୁ ଜନତା ଦଳ ସରକାରକୁ ଏହା ପ୍ରଦାନ କରି ଦେଇଥିଲେ । ଏହା କେଉଁ ଉଦ୍ଦେଶ୍ୟରେ ଦିଆଯାଇଥିଲା ତାହା ସିଏମଡିଙ୍କୁ ହିଁ ଜଣା। ଗତ ୫ବର୍ଷ ଧରି ନାଲକୋ । ଏହି ପଟାଙ୍ଗୀ ଅଞ୍ଚଳର ବିକାଶ ପାଇଁ ସାମାନ୍ୟତମ କାର୍ଯ୍ୟ କରିନାହିଁ । ଏବେ ପଟାଙ୍ଗୀ ବକ୍ସାଇଟ ଖଣିକୁ ଲିଜ୍ ଏଗ୍ରିମେଣ୍ଟ ଦେବା ପାଇଁ ସରକାର ଚୂଲି କରିଥିଲା ବେଳେ ନାଲକୋ ସିଏମଡି ଏବଂ କେନ୍ଦ୍ର ଖଣି ମନ୍ତ୍ରଣାଳୟ ସଚିବ ଏହାକୁ ଏକ ଦକ୍ଷିଣୀ କମ୍ପାନୀ ମୈତ୍ରୀକୁ ଟେକି ଦେବାକୁ ବସିଛନ୍ତି । ମୈତ୍ରୀ କମ୍ପାନୀ ମାଲିକ ଶ୍ରୀନିବାସ ରାଓଙ୍କ ପ୍ରଭାବ ଓଡ଼ିଶା ସମେତ କେନ୍ଦ୍ର ଖଣି ମନ୍ତ୍ରଣାଳୟରେ ରହିଛି । ନାଲକୋ ନିକଟରେ ବଢ଼ାଇଟ ଖନନର ୪୦ ବର୍ଷର ଅଭିଜ୍ଞତା ଥିଲା ବେଳେ କାହିଁକି ମୈତ୍ରୀ ପାଇଁ ଏତେ ପ୍ରୀତି ନାଲକୋ ସିଏମଡିଙ୍କର ତାହା ଚର୍ଚ୍ଚା ସୃଷ୍ଟି କରିଛି । ଏମଡିଓ କଣ୍ଟ୍ରାକ୍ଟ ମାଧ୍ୟମରେ ମୈତ୍ରୀ ମାଇନ୍ତି ଆଣ୍ଡ ଇନଫ୍ରାକୁ ପଟ୍ଟାଙ୍ଗୀ ବକ୍ସାଇଟ ଟେକି ଦେବାର ଚଢାକୁ ନେଇ ପଟ୍ଟାଙ୍ଗୀ ଅଞ୍ଚଳରେ ଅସନ୍ତୋଷ ଆରମ୍ଭ ହେଲାଣି । ଏମଡିଓ ବ୍ୟବସ୍ଥାରେ କୋଇଲା ବ୍ଲକ୍ ମାଲିକ ସମ୍ପୂର୍ଣ ପରିଚାଳନାର ଠିକା କୌଣସି ତୃତୀୟ ପକ୍ଷକୁ ଦେଇଥାନ୍ତି। ତେବେ ଅଭିଜ୍ଞତା ଥାଇ ମୈତ୍ରୀ ହାତକୁ ଏହା ଟେକିବା ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏବେ ଏହି ପଟ୍ଟାଙ୍ଗୀ ଖଣିର ଭୂମି ପୂଜା ପାଇଁ ଆରମ୍ଭ ହୋଇଛି ଯୋଜନା। ୨୨ତାରିଖରେ ଏହା କରାଯିବ। ଖଣି ଅଞ୍ଚଳକୁ ରାସ୍ତା ନାହିଁ, ଡିପିଆର ପ୍ରସ୍ତୁତ ହୋଇନି, ଅନ୍ୟ ଆନୁସଙ୍ଗିକ ଅନୁମତି ମଧ୍ୟ ମିଳିନାହିଁ। ବର୍ତ୍ତମାନ ଯେଉଁ ସ୍ଥିତି ଅଛି ସେଥରେ ଆସନ୍ତା ୫ବର୍ଷ ଭିତରେ କାର୍ଯ୍ୟ ଆରମ୍ଭ ହୋଇପାରିବ ନାହିଁ । ଏହି ପରିସ୍ଥିତିରେ ନାଲକୋ ସିଏମତି ଏବଂ କିଛି ବରିଷ୍ଠ ଅଧିକାରୀ କେନ୍ଦ୍ର ଖଣି ରାଷ୍ଟ୍ର ମନ୍ତ୍ରୀଙ୍କୁ ଆମନ୍ତ୍ରଣ କରିଛନ୍ତି । ଅଭିଯୋଗ ଯେ, କେନ୍ଦ୍ର ଖଣି ସଚିବ ଏବଂ ମୈତ୍ରୀ ମାଲିକ ଶ୍ରୀନିବାସ ରାଓଙ୍କ ମଧ୍ୟରେ ସମ୍ପର୍କ ବେଶ ଘନିଷ୍ଠ । ନାଲକୋ ସିଏମଡି ଶ୍ରୀଧର ପାତ୍ର ମଧ୍ୟ ଖଣି ସଚିବ ଓ ମୈତ୍ରୀ ସହ ଭଲ ସମ୍ପର୍କ ରଖୁନ୍ଧନ୍ତି । ତେଣୁ ତରବରିଆ ଭାବେ, ନାଲକୋର ଅନ୍ୟ ଅଧିକାରୀଙ୍କ ବିରୋଧ ସତ୍ତ୍ୱେ ସିଏମଡି ଶ୍ରୀ ପାତ୍ର ଯେଉଁ ଯୋଜନା ଚଲାଇଛନ୍ତି ତାହା ଏକ ଭୟଙ୍କର ଷଡଯନ୍ତ୍ରକୁ ଇଙ୍ଗିତ କରୁଛି । ୩୦୦କୋଟି ଖର୍ଚର ପ୍ରତିଶ୍ରୁତି ଦେଇ ଟଙ୍କାଟିଏ ଖର୍ଚ କରାଯାଇନାହିଁ, ବିଜୁ ଜନତା ଦଳ ସରକାରକୁ ୧୭୬କୋଟି ଦାନ ଦିଆଯାଇଛି ଆଉ ଏବେ ପଟାଙ୍ଗୀ ଖଣିକୁ ଦକ୍ଷିଣୀ କମ୍ପାନୀକୁ ଟେକା ଯାଇଛି । ଶ୍ରୀ ପାତ୍ର ଅବସର ପୂର୍ବରୁ ମୈତ୍ରୀକୁ ବନ୍ଧୁତାର ଉପହାର ଦେବାକୁ ଯାଇଥିବା ଚର୍ଚ୍ଚା ଭିତରେ ତୁରନ୍ତ ଏ ଦିଗରେ ରାଜ୍ୟ ସରକାର ପଦକ୍ଷେପ ନିଅନ୍ତୁ ବୋଲି ଦାବି ଜୋର ଧରିଲାଣି । Post navigation ପ୍ରକାଶ ପାଇଲା ଯୁକ୍ତ ୨ ପ୍ରଥମ ପର୍ଯ୍ୟାୟ କଟ୍ ଅଫ୍ ମାର୍କ; ସବୁଠୁ ଆଗରେ ଅଛି ରେଭେନ୍ସା 5T ନାଁରେ ବର୍ଷକୁ ୫୦ ହଜାର କୋଟି ଟଙ୍କା ଲୁଟ୍ ଅଭିଯୋଗ