ଦିନକୁ ଦିନ ରାଜ୍ୟରେ ବଢିବାରେ ଲାଗିଛି ପରିବା ଦର । କ’ଣ ଖାଇବେ, କେଉଁ ପରିବା କିଣିବେ ଲୋକେ ଚିନ୍ତାରେ ପଡିଥିବା ବେଳେ ରାଜ୍ୟରେ ପରିବା ଦର ବୃଦ୍ଧିକୁ ନେଇ ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ କୃଷ୍ଣଚନ୍ଦ୍ର ପାତ୍ର । ସେ କହିଛନ୍ତି ଅନାବଶ୍ୟକ ହୋର୍ଡିଂ ଉପରେ ନଜର ରଖିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ନାଶିକରେ ପିଆଜ ଦର ବୃଦ୍ଧି ପାଇଥିବାରୁ ଏହାର ପ୍ରଭାବ ଓଡ଼ିଶାରେ ପଡ଼ିଛି । ସେହିଭଳି ଆସାମ ଏବଂ ପଶ୍ଚିମବଙ୍ଗରେ ଆଳୁଦର ବଢ଼ିଥିବାରୁ ରାଜ୍ୟରେ ମଧ୍ୟ ବୃଦ୍ଧି ପାଇଛି । ସେଥିପାଇଁ ଆଳୁ, ପିଆଜ ଯୋଗାଇବାକୁ ନାଫେଡକୁ କୁହାଯିବ । ଦରବୃଦ୍ଧି ସମସ୍ୟାର ସମାଧାନ ପାଇଁ ପ୍ରତି ବ୍ଲକ୍‌ରେ ଶୀତଳ ଭଣ୍ଡାର ହେବ । ଏନେଇ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ହୋଇଥିବା ମନ୍ତ୍ରୀ ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *