ଓଡ଼ିଶା ବିଧାନସଭା ଆସନରେ କାଉଣ୍ଟିଂ ଜାରି ରହିଛି। ପ୍ରାରମ୍ଭିକ ଟ୍ରେଣ୍ଡ ଅନୁସାରେ ବିଜେପି ଆଗରେ ରହିଛି। ବିଧାନସଭା ନିର୍ବାଚନ ଫଳାଫଳର ଆରମ୍ଭରୁ ରାଜ୍ୟରେ କ୍ଷମତାସୀନ ବିଜେଡିକୁ ଶକ୍ତ ଧକ୍କା ଲାଗିଛି । କଂଟାବାଞ୍ଜି ବିଧାନସଭା ଆସନରେ ୩ ରାଉଣ୍ଡ ଗଣତି ପରେ ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୧୫୮ ଖଣ୍ଡ ଭୋଟରେ ବିଜେପି ପ୍ରାର୍ଥୀ ଲକ୍ଷ୍ମଣ ବାଗଙ୍କଠୁ ପଛରେ ରହିଛନ୍ତି । ପ୍ରଥମଥର ପାଇଁ ନବୀନଙ୍କୁ ଏଭଳି ସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିଛି ।

ବିଜେଡିକୁ ପଛରେ ପକାଇଲା ବିଜେପି । ୭୮ ଆସନରେ ବିଜେପି ଆଗରେ ରହିଥିବା ବେଳେ ୫୦ ସିଟରେ ବିଜେଡି ଆଗରେ । କଂଗ୍ରେସ ୧୬ ଆସନରେ ଆଗରେ ।

By SonaliP

Leave a Reply

Your email address will not be published. Required fields are marked *