ବହୁ ଚର୍ଚ୍ଚିତ ନବ ଦାସ ହତ୍ୟା ମାମଲାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଇ-ମେଲ କଲେ ନବ ଦାସଙ୍କ ପତ୍ନୀ ମିନତି ଦାସ । ଇ-ମେଲ ଓ ଡାକ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ପଠାଇଥିବା ଜଣାପଡିଛି। ଗତ ୧୧ ତାରିଖରେ ସ୍ୱର୍ଗତ ନବ ଦାସଙ୍କ ପତ୍ନୀ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଚିଠି ଲେଖିଥିବା ଖବର ମିଳିଛି । ମୁଖ୍ୟମନ୍ତ୍ରୀଙ୍କ ସହ ସାକ୍ଷାତ ପାଇଁ ସମୟ ମାଗିଥିବା ସୂଚନା ମିଳିଛି । ହତ୍ୟା ମାମଲାର ସିବିଆଇ ତଦନ୍ତ ଦାବି କରିଛନ୍ତି ନବ ଦାସଙ୍କ ପତ୍ନୀ।

କିଛି ମାସ ତଳେ ନବ ଦାସଙ୍କ ପୁଅ ଓ ଝିଅ ସିବିଆଇ ତଦନ୍ତ ଚାହୁଁଥିବା ଗଣମାଧ୍ୟମରେ କହିଥିଲେ। ଏହାପରେ ସିବିଆଇ ତଦନ୍ତ ପାଇଁ ଲିଖିତ ଦାବି କରିବାକୁ କହିଥିଲେ ଆଇନମନ୍ତ୍ରୀ।

ସୂଚନା ଯୋଗ୍ୟ; ନବ ଦାସଙ୍କୁ ୨୦୨୩ ଜାନୁଆରୀ ୨୯ରେ ହତ୍ୟା କରାଯାଇଥିଲା। ବ୍ରଜରାଜନଗରର ଗାନ୍ଧୀ ଛକଠାରେ ପୋଲିସ ଏଏସ୍ ଆଇ ଗୋପାଳ ଦାସ ୪ ରାଉଣ୍ଡ ଗୁଳି ଚାଳନାକରି ଏହି ହତ୍ୟାକାଣ୍ଡ ଘଟାଇଥିଲେ।

Leave a Reply

Your email address will not be published. Required fields are marked *