myanmar-earthquake-toll-tops-thousands
ବଢୁଛି ମିଆଁମାର ଭୂକମ୍ପ ମୃତ୍ୟୁସଂଖ୍ୟା । ମିଆଁମାରର ପ୍ରଳଙ୍କକାରୀ ଭୂମିକମ୍ପରେ ଏବେ ଯାଏଁ ୧୦୦୨ ଜଣଙ୍କ ମୃତଦେହ ଉଦ୍ଧାର କରାଯିବା ସହ ୨୩୭୬ ଆହତଙ୍କୁ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
 
ଉଦ୍ଧାର କାର୍ଯ୍ୟ ଜାରିଥିବା ବେଳେ ମୃତ୍ୟୁ ସଂଖ୍ୟା ଆହୁରି ବଢିବା ନେଇ ଆଶଙ୍କା କରାଯାଉଛି ।
 
୭.୭ ଏବଂ ୬.୪ ତୀବ୍ରତାର ୨ଟି ଭୂକମ୍ପ ପ୍ରଭାବରେ ମିଆଁମାରରେ ଅନେକ ସୁଉଚ୍ଚ ଅଟ୍ଟାଳିକା ଆଖି ପିଛୁଳାକେ ମାଟିରେ ମିଶିଯାଇଛି  । ମିଆଁମାରରେ ଜାତୀୟ ଜରୁରୀ ସ୍ଥିତି ଘୋଷଣା କରାଯାଇଛି ।
 
ଭୂକମ୍ପର ପ୍ରଭାବ ଏତେ ଅଧିକ ଥିଲା ଯେ ପଡ଼ୋଶୀ ଥାଇଲ୍ୟାଣ୍ଡର ରାଜଧାନୀ ବ୍ୟାଙ୍କକ୍‌ରେ ମଧ୍ୟ ବ୍ୟାପକ କ୍ଷୟକ୍ଷତି ଘଟିଛି ।

By Nirvay

Leave a Reply

Your email address will not be published. Required fields are marked *