କଂଗ୍ରେସର କେନ୍ଦ୍ରୀୟ ନେତା କଥା ହେବା ପରେ ପ୍ରତିକ୍ରିୟା ଦେଲେ ମହମ୍ମଦ ମୋକିମ । ସେ କହିଛନ୍ତି କିଛି କେନ୍ଦ୍ରୀୟ ନେତା ମୋ ସହ କଥା ହୋଇଛନ୍ତି । ମୁଁ ଯାହା ଚିଠିରେ ଲେଖିଥିଲି ସେ ବାବଦରେ ପଚାରି ବୁଝିଛନ୍ତି । ରାଜ୍ୟ କଂଗ୍ରେସର ସ୍ଥିତି ବାବଦରେ ମୋତେ ପଚାରିଛନ୍ତି । ମୋ ଚିଠିର ପ୍ରଭାବ ପଡିଛି , ଆଶା କରୁଛି ତର୍ଜମା କରାଯିବ । ଏହା ସହ କଂଗ୍ରେସ ଦଳର ସ୍ଥିତିରେ ପରିବର୍ତ୍ତନ ହେବ । ମୁଁ ରାଜନୀତି କରୁଛି, ଆଗାମୀ ଦିନରେ କରିବି । ଖୁବ କମ୍ ଦିନ ଭିତରେ ନିଷ୍ପତ୍ତି ଜଣାଇବି । ସେ ଆଉ ମଧ୍ୟ କହିଛନ୍ତି ମୁଁ ରାଜନୀତି ଛାଡୁନାହିଁ। ରାଜନୀତି କରିବି ଏବଂ ଆଗାମୀ ତିନି ଚାରି ଦିନ ଭିତରେ ଓଡ଼ିଶା ବୁଲିବି। ତା ପରେ ପରବର୍ତ୍ତୀ ପଦକ୍ଷେପ ନେବି । ସୋନିଆଙ୍କୁ ଚିଠି ମାଧ୍ୟମରେ ଅନେକ ଅକୁହା କଥା କୁହାଯାଇଛି। ଆଶା କରୁଛି କଂଗ୍ରେସରେ ନିଶ୍ଚିତ ସୁଧାର ଆସିବ। ପିସିସି ସଭାପତିଙ୍କ ଉଦ୍ଦେଶ୍ୟରେ କିଛି କହିବିନି। ମୋର ଯେଉଁ କଂଗ୍ରେସ ଦଳ ବିଚାରଧାରା ଏବଂ ଦଳକୁ ସୁଧାରିବା ପାଇଁ ଉଦ୍ୟମ ଥିଲା ତାହା ସର୍ବୋଚ୍ଚ ନେତୃତ୍ୱଙ୍କ ନିକଟରେ ପହଞ୍ଚି ଆଲୋଚନା ପରିସରଭୁକ୍ତ ହୋଇଛି ତେଣୁ ମୁଁ ସେଥିରେ ଖୁସି ଅଛି । କଂଗ୍ରେସ ଦଳ ଭିତରେ ଯେଉଁ କାର୍ଯ୍ୟକ୍ରମ ଚାଲିଛି ଯାହା ଦ୍ୱାରା ଦଳ ସାରା ଭାରତବର୍ଷରେ ଧିରେ ଧିରେ ଦୁର୍ବଳ ହେଇଯାଉଛି । ଓଡ଼ିଶାରେ ମଧ୍ୟ ୬ଟି ନିର୍ବାଚନରେ ପରାଜୟ ବରଣ କରିଛି କଂଗ୍ରେସ ଦଳ । ସେସମ୍ପର୍କରେ ମୁଁ ସୋନିଆ ଗାନ୍ଧୀଙ୍କୁ ଏକ ପତ୍ର ଲେଖି ସତ ଜଣାଇଥିଲି । ପରବର୍ତ୍ତୀ ସମୟରେ ଗଣମାଧ୍ୟମରେ ଏହା ପ୍ରଘଟ ହୋଇଥିଲା । କେବଳ ଓଡ଼ିଶାରେ ନୁହେଁ ଜାତୀୟ ଗଣମାଧ୍ୟମରେ ମଧ୍ୟ ଏହି ପତ୍ର ଦେଖିବାକୁ ମିଳିଥିଲା ତେଣୁ ସମସ୍ତ ଗଣମାଧ୍ୟମକୁ ଧନ୍ୟବାଦ ଜଣାଉଛି । ସୂଚନା ଯୋଗ୍ୟ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ କଂଗ୍ରେସରୁ ବହିଷ୍କାର କରାଯିବା ପରଠୁ ରାଜ୍ୟ କଂଗ୍ରେସରେ ତୁମ୍ବି ତୋଫାନ ଜାରି ରହିଛି। ଅନେକ ବରିଷ୍ଠ ନେତା ମୋକିମଙ୍କୁ ବହିଷ୍କାର କରାଯିବା ନିଷ୍ପତ୍ତିକୁ ଭୁଲ୍ ବୋଲି କହିଛନ୍ତି। ଏହାକୁ ନେଇ ନେତାଙ୍କ ମଧ୍ୟରେ ବୟାନ ବାଜି ଜାରି ରହିଛି। Post navigation Malkangiri Violence: ମାଲକାନଗିରି ଏମ୍ଭି ୨୬ ଓ ରାଖେଲଗୁଡ଼ା ଗାଁ ବିବାଦ ଘଟଣା; ରାଷ୍ଟ୍ରୀୟ ଅନୁସୂଚିତ ଜନଜାତି ଆଯୋଗ ପକ୍ଷରୁ ଜିଲ୍ଲାପାଳ ଓ ଏସ୍ପିଙ୍କୁ ନୋଟିସ