ରାଜଧାନୀରେ ପୁଣି ଦୁର୍ଘଟଣା ଘଟାଇଲା ମୋ ବସ୍ । ମୋ ବସ୍ ଧକ୍କାରେ କୁନି ଝିଅର ମୃତ୍ୟୁ ହୋଇଛି। ନନ୍ଦନକାନନ ଥାନା ଅନ୍ତର୍ଗତ ରଘୁନାଥପୁର ଅଞ୍ଚଳରେ ଘଟିଛି ଏହି ଦୁର୍ଘଟଣା । ସାଇକେଲରେ ଯାଉଥିବାବେଳେ ପଛପଟୁ ଧକ୍କା ଦେଇଥିଲା ମୋ ବସ। ଏହି ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ୩ଟି ମୋ ବସ୍କୁ ଅଟକ ରଖି ବାଉଁଶ ପକାଇ ରାସ୍ତା ଅବରୋଧ କରିଛନ୍ତି । ମୃତ କୁନି ଝିଅର ବୟସ ୧୨ ବର୍ଷ ବୋଲି ଜଣାପଡ଼ିଛି। ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି। ସୂଚନା ଯୋଗ୍ୟ; ଆଜି ସକାଳେ ୧୨ ବର୍ଷର ନାବାଳିକା ଜଣକ ଘରୁ ସାଇକେଲରେ ନନ୍ଦନକାନନ ଛକକୁ ଯାଉଥିବା ସମୟରେ ପଛରୁ ଧକ୍କା ଦେଇ ଘୋଷାରି ନେଇଥିଲା ମୋ ବସ। ଏହା ପରେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରିଥିଲା । ତେବେ ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ମୃତ ଯୁବତୀ ଜଣକ ନର୍ସରୀରେ କାମକରୁଥିବା ରାମୁ ଝିଅ ବୋଲି ଜଣାପଡିଛି । Post navigation କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜରେ ପ୍ରତିଷ୍ଠା ହେବ ୫୦୦ ଶଯ୍ୟା ବିଶିଷ୍ଟ ଟ୍ରମା ସେଣ୍ଟର୍ ପବିତ୍ର ମାଘ ସପ୍ତମୀରେ ଚନ୍ଦ୍ରଭାଗାରେ ବୁଡ଼ ପକାଇଲେ ହଜାର ହଜାର ଶ୍ରଦ୍ଧାଳୁ