ନବରଙ୍ଗପୁର ଜିଲ୍ଲା, ଉମରକୋଟରେ ଥିବା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ପୋଷଣ ଯୁକ୍ତ ମାଣ୍ଡିଆ ଲଡ଼ୁ ବାଣ୍ଟି ‘ମୁଖ୍ୟମନ୍ତ୍ରୀ ପୋଷଣ ଯୋଜନା’ର ଶୁଭାରମ୍ଭ କରିଛନ୍ତି ଗଣ ଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ।
 
ଗଣ ଶିକ୍ଷା ମନ୍ତ୍ରୀ ପିଲାମାନଙ୍କୁ ନିଜ ହାତରେ ଖାଦ୍ୟ ପରଷିବା ସହିତ ପିଲାଙ୍କ ସତ ବସି ଖାଇଛନ୍ତି ।
 
ଏତିସହିତ ନବମ ଓ ଦଶମ ପିଲାଙ୍କ ମଧ୍ୟାହ୍ନ ଭୋଜନର ମଧ୍ୟ ଶୁଭାରମ୍ଭ କଣିଛନ୍ତି ମନ୍ତ୍ରୀ । ଯେଉଁଥିରେ ରାଜ୍ୟର ୧୦ ଲକ୍ଷ ୮୦ ହଜାର ପିଲା ଉପକୃତ ହେବେ ।
 
କହିରଖୁଛୁ ଯେ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଥମ ଥର ପାଇଁ ନବମ ଓ ଦଶମ ଶ୍ରେଣୀ ଛାତ୍ରୀଛାତ୍ରଙ୍କୁ ମଧ୍ୟ ପୋଷଣ ଖାଦ୍ୟ ତଥା ମଧ୍ୟାହ୍ନ ଭୋଜନରେ ସାମିଲ କରାଯାଇଛି ।
 

By Nirvay

Leave a Reply

Your email address will not be published. Required fields are marked *