ଆସନ୍ତା ୧୭ରେ ମିଳିବ ‘ସୁଭଦ୍ରା’ ଯୋଜନାର ପ୍ରଥମ କିସ୍ତି । ଏହି ଯୋଜନା ମାଧ୍ୟମରେ ମହିଳାମାନେ ମିଳୁଥିବା ସୁବିଧା ନେବା ପାଇଁ ସମସ୍ତଙ୍କ ମଧ୍ୟରେ ଉତ୍ସାହ ବୃଦ୍ଧି ପାଇଛି । ଏଯାଏଁ ରାଜ୍ୟରେ ୫୦ ଲକ୍ଷରୁ ଊର୍ଦ୍ଧ୍ୱ ମହିଳା ଏହି ଯୋଜନାର ପଞ୍ଜୀକରଣ କରିସାରିଥିବା ଆଜି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ସେ କହିଛନ୍ତି ୧୫ ସୁଦ୍ଧା ଆବେଦନ କରିଥିବା ହିତାଧିକାରୀଙ୍କୁ ୧୭ରେ ମିଳିବ ପ୍ରଥମ କିସ୍ତି । କାଲି ରାଜ୍ୟବ୍ୟାପୀ ୧୦ ହଜାର ରାଜସ୍ବ ଗାଁରେ ସୁଭଦ୍ରା ପଦଯାତ୍ରା ହେବ । ଭୁବନେଶ୍ୱରରେ ଗିରିଦୁର୍ଗା ମନ୍ଦିରରୁ ରମାଦେବୀ ଯାଏଁ ସୁଭଦ୍ରା ପଦଯାତ୍ରା ।

ସୂଚନା ମୁତାବକ; ୨୧ ରୁ ୬୦ ବର୍ଷ ବୟସର ମହିଳାମାନଙ୍କୁ ସଶକ୍ତ କରିବା ପାଇଁ ଏକ ପରିବର୍ତ୍ତନଶୀଳ ସାମାଜିକ ସୁରକ୍ଷା ପଦକ୍ଷେପ ସ୍ୱରୂପ ଓଡିଶା ସରକାର “ସୁଭଦ୍ରା” ଯୋଜନା ଆରମ୍ଭ କରିଛନ୍ତି। ଏହି ଯୋଜନା ମାଧ୍ୟମରେ ପ୍ରତ୍ୟେକ ହିତାଧିକାରୀ ପାଞ୍ଚ ବର୍ଷରେ ୫୦୦୦୦ ଟଙ୍କା ପାଇବେ। ଏହି ଟଙ୍କା ବର୍ଷକୁ ୫୦୦୦ ଲେଖାଏଁ ଦୁଇଟି କିସ୍ତିରେ ପ୍ରଦାନ କରାଯିବ ଯାହାର ପ୍ରଥମ କିସ୍ତି ୧୭ ସେପ୍ଟେମ୍ବର ୨୦୨୪ ରେ ଆକାଉଣ୍ଟରେ ଜମା ହେବ।

Leave a Reply

Your email address will not be published. Required fields are marked *